fbpx

ପଞ୍ଜାବରେ ଚାଞ୍ଚଲ୍ୟ: ଫ୍ୟାକ୍ଟ୍ରି ଶ୍ରମିକଙ୍କୁ କିଡନାପ କଲେ ୪ ଜଣ ମହିଳା, ରାତି ସାରା କଲେ ଦୁଷ୍କର୍ମ

ନୂଆଦିଲ୍ଲୀ: ପଞ୍ଜାବରୁ ଏକ ଚାଞ୍ଚଲ୍ୟକର ଘଟଣା ଆସିଛି । ସାଧାରଣ ଭାବେ ଆମେ ଦୈନନ୍ଦିନ ଜୀବନରେ ପୁରୁଷମାନେ ମହିଳାଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରୁଥିବା ଦେଖିଥାଉ । ତେବେ ପଞ୍ଜାବରେ କିନ୍ତୁ ଏହାର ବ୍ୟତିକ୍ରମ ଘଟିଛି । ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କୁ ୪ ଜଣ ମହିଳା କିଡନାପ୍ କରିନେଇଥିଲେ । ଏହାପରେ ସେମାନେ ଉକ୍ତ ଶ୍ରମିକଙ୍କୁ ଜଳନ୍ଧରରେ ରାତି ସାରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ତେବେ ଏହି ଘଟଣାକୁ ନେଇ ଏବେ ପଞ୍ଜାବରେ ଚାଞ୍ଚଲ୍ୟ ଖେଳିଯାଇଛି । ପୁରୁଷ ଜଣଙ୍କ ଲେଦର କମ୍ପେ୍ଲକ୍ସ ରୋଡ଼ରେ ବସିଥିବା ବେଳେ ୪ ଜଣ ମହିଳା ତାଙ୍କୁ ଏକ କାରରେ ଅପହରଣ କରିନେଇଥିଲେ । ଏହାପରେ ମହିଳାମାନେ ଉକ୍ତ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଦୁଷ୍କର୍ମ କରିଥିଲେ । ମହିଳାମାନେ ଏକ କାରରେ ଆସି ଶ୍ରମିକଙ୍କୁ ଏକ ଠିକଣା ପଚାରିବାର ବାହାନା କରିଥିଲେ ବୋଲି ପୀଡ଼ିତ କହିଛନ୍ତି ।

ତେବେ ଏନେଇ ପୀଡ଼ିତ ଶ୍ରମିକ ଜଣଙ୍କ ପୋଲିସରେ ଅଭିଯୋଗ ଦାୟର କରିଛନ୍ତି । ମହିଳାମାନେ ତାଙ୍କ ସହ ରାତି ସାରା ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଏଫଆଇଆରରେ ଉଲ୍ଲେଖ କରିଛନ୍ତି । ମହିଳାମାନଙ୍କୁ ପୀଡ଼ିତ ଜଣଙ୍କ ଠିକଣା ଦେଖାଉଥିବା ବେଳେ ସେମାନେ ତାଙ୍କୁ କିଡନାପ କରିନେଇଥିଲେ । ଏହାପରେ ହୋସ୍ ଫେରିବା ପରେ ଶ୍ରମିକଙ୍କ ଦେହରେ କୌଣସି କପଡ଼ା ନଥିଲା ଓ ତାଙ୍କର ହାତ ବନ୍ଧା ଯାଇଥିବା ଦେଖିଥିଲେ । ସମସ୍ତ ମହିଳାଙ୍କର ବୟସର ୨୨ରୁ ୨୩ ବର୍ଷ ମଧ୍ୟରେ ହେବ । ଅପହରଣକାରୀମାନେ ପୀଡ଼ିତଙ୍କୁ ୧୧-୧୨ ଘଣ୍ଟା ଧରି ବନ୍ଧକ ରଖିବା ପରେ ରାତି ୩ଟା ସମୟରେ ରାସ୍ତାରେ ଛାଡ଼ିଦେଇ ଚାଲିଯାଇଥିଲେ ବୋଲି ଶ୍ରମିକ ଜଣଙ୍କ କହିଛନ୍ତି ।

Get real time updates directly on you device, subscribe now.