fbpx

RBI Report: କେଉଁ ରାଜ୍ୟରେ ଦିନ ମଜୁରିଆ କେତେ ଟଙ୍କା ପାଉଛନ୍ତି, ଓଡ଼ିଶାର ସ୍ଥିତି କିପରି ରହିଛି

ନୂଆଦିଲ୍ଲୀ: ଭାରତରେ ପ୍ରତି ୧୨ ମିନିଟରେ ଜଣେ ଦିନ ମଜୁରିଆ ଆତ୍ମହତ୍ୟା କରୁଛନ୍ତି । ଅନେକ କ୍ଷେତ୍ରରେ ଦାରୁଣ ଆର୍ଥିକ ପରିସ୍ଥିତି କାରଣରୁ ଦିନ ମଜୁରିଆମାନେ ଆତ୍ମହତ୍ୟା ଭଳି କୁପଥକୁ ବାଛି ନେଇଥାନ୍ତି । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଖୁଲାସା କରିଛି । କେଉଁ ରାଜ୍ୟରେ ଦିନ ମଜୁରିଆମାନେ କେଉଁ ପରିସ୍ଥିତିରେ କାଳାତିପାତ କରୁଛନ୍ତି ତାହା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ କ୍ଷେତରେ କାର୍ଯ୍ୟ କରୁଥିବା ଦିନ ମଜୁରିଆଙ୍କ ଜାତୀୟ ରୋଜଗାର ହାରାହାରି ୩୨୩.୨ ଟଙ୍କା ରହିଥିଲା । ଗ୍ରାମୀଣ ଅଞ୍ଚଳର ଦିନ ମଜୁରିଆଙ୍କର ରୋଜଗାର ୨୧୭.୮ ଟଙ୍କା ରହିଥିଲା । ଦିନ ମଜୁରିଆଙ୍କୁ ପ୍ରାପ୍ୟ ପ୍ରଦାନ କ୍ଷେତ୍ରରେ ଗୁଜରାଟ ଓ ମଧ୍ୟପ୍ରଦେଶ ସବୁଠାରୁ ତଳେ ରହିଥିଲେ । ଅନ୍ୟପକ୍ଷରେ କେରଳ ସବୁଠାରୁ ଉପରେ ରହିଥିଲା ।

ଗ୍ରାମାଞ୍ଚଳର ଦିନ ମଜୁରିଆଙ୍କ ଦୈନିକ ଆୟ ମଧ୍ୟପ୍ରଦେଶରେ ୨୧୭.୮ ଟଙ୍କା, ଗୁଜରାଟରେ ୨୨୦.୩ ଟଙ୍କା, କେରଳରେ ୭୨୬.୮ ଟଙ୍କା, ଓଡ଼ିଶାରେ ୨୬୯.୫ ଟଙ୍କା, ତ୍ରିପୁରାରେ ୨୭୦ ଟଙ୍କା, ମହାରାଷ୍ଟ୍ରରେ ୨୮୪.୨ ଟଙ୍କା, ଉତ୍ତରପ୍ରଦେଶରେ ୨୮୮ ଟଙ୍କା, ଜମ୍ମୁ କଶ୍ମୀରରେ ୫୨୪.୬ ଟଙ୍କା, ହିମାଚଳ ପ୍ରଦେଶରେ ୪୫୭.୬ ଟଙ୍କା, ତାମିଲନାଡ଼ୁରେ ୪୪୫.୬ ଟଙ୍କା ରହିଥିଲା ।

ଗ୍ରାମାଞ୍ଚଳର କନଷ୍ଟ୍ରକସନ କାର୍ଯ୍ୟରେ ନିୟୋଜିତ ପୁରୁଷ ଶ୍ରମିକଙ୍କ ଜାତୀୟ ହାର ୩୭୩.୩ ଟଙ୍କା ରହିଥିଲା । ଏ କ୍ଷେତ୍ରରେ କେରଳ ସବୁଠାରୁ ଆଗରେ ଓ ଗୁଜରାଟ-ମଧ୍ୟପ୍ରଦେଶ ସବୁଠାରୁ ତଳେ ରହିଥିଲେ । ଉଦ୍ୟାନ କୃଷି କ୍ଷେତ୍ରରେ ଦିନ ମଜୁରିଆଙ୍କ ଜାତୀୟ ହାର ୩୨୯.୭ ଟଙ୍କା ରହିଥିଲା । ଗୁଜରାଟ ଓ ମଧ୍ୟପ୍ରଦେଶ ମଧ୍ୟ ଏ କ୍ଷେତ୍ରରେ ପଛରେ ରହିଥିଲେ । ଅଣ କୃଷି କ୍ଷେତ୍ରର ଶ୍ରମିକଙ୍କ ଜାତୀୟ ହାର ୩୨୬.୬ ଟଙ୍କା ରହିଥିଲା । ମନରେଗାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ହରିୟାଣାରେ ଅଧିକ ରହିଛନ୍ତି । ସେଠାରେ ଶ୍ରମିକଙ୍କୁ ଦୈନିକ ୩୩୧ ଟଙ୍କା ପ୍ରଦାନ କରାଯାଇଥାଏ । ଗତ ବର୍ଷ ୪୨,୦୦୪ ଜଣ ଶ୍ରମିକ ଆତ୍ମହତ୍ୟା କରିଥିଲେ । ଏହି ହିସାବରେ ଦିନକୁ ୧୧୫ ଜଣ ଓ ପ୍ରତି ଘଣ୍ଟାକୁ ୫ ଜଣ ପ୍ରାଣ ହରାଉଥିବା ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.