fbpx

ନାମରେ କେବଳ ଗୋଟିଏ ୱାର୍ଡ ଥିଲେ କରିପାରିବେ ନାହିଁ ଯାତ୍ରା , ଆସିଲା ଯାତ୍ରା ପାଇଁ ନୂଆ ନାମ ନିୟମ

ସେକ୍ସପିଅର କହିଲେ ନାମରେ କଣ ଅଛି । କୌଣସି କାର୍ଯ୍ୟ ପାଇଁ ନାମ ଆବଶ୍ୟକ ନାହିଁ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହିଁ ଆପଣଙ୍କୁ ପରିଚିତ କରାଇପାରିବ । କିନ୍ତୁ ସେକ୍ସପିଅରଙ୍କ ଏହି କଥାକୁ ୟୁଏଇରେ ଭୁଲ ପ୍ରମାଣିତ କରିଦେଖାଇଛନ୍ତି । ନାମକୁ ନେଇ ଏବେ ନିୟମ । ଯଦି ଆପଣଙ୍କର ସିଙ୍ଗଲ ନାମ ରହିଛି ତେବେ ଆପଣ ୟୁଏଇ ଯାତ୍ରା କରିପାରିବେ ନାହିଁ ।

ଏୟାର ଇଣ୍ଡିଆ,ଏଆଇ ଏକ୍ସପ୍ରେସ ନୂଆଗାଇଡ ଲାଇନ ହିସାବରେ ଆଡଭାଇଜରୀ ଜାରି କରିଛନ୍ତି । ଏହି ନିୟମକୁ ଲାଗୁ ମଧ୍ୟ କରି ଦିଆଯାଇଛି ।
୨୧ ନଭେମ୍ବର ରେ ଏୟାର ଇଣ୍ଡିଆ ଆଉ ଏଆଇ ଏକ୍ସପ୍ରେସ ‘ନେମ ଆଜ ଆପ୍ୟରିଙ୍ଗ ଅନ ପାସର୍ପୋଟ ଫର ଟ୍ରେବଲ ଟୁ ୟୁଏଇ’ ନାମକ ସର୍କୁରାଲ ଜାରି କରିଛି । ଏଥିରେ ସୂଚନା ଦିଆଯାଇଛି ଯେ ନ୍ୟାସନାଲ ଅଡଭାଇସ ଇନଫରମେସନ୍ ସେଣ୍ଟର ମୁତାବକ ୟୁଏଇ ରେ ନୂତନ ଗାଇଡ ଲାଇନ ଜାରି କରାଯାଇଛି ।

ଯଦି ପାସର୍ପୋଡ ଧାରକ ନାମ ଗୋଟିଏ ଶବ୍ଦରେ ଅଛି ତେବେ ତାଙ୍କର ୟୁଏଇ ଇମିଗ୍ରେସନ(ବାହର ଦେଶରୁ ଆସି ସେହି ଦେଶରେ ଅବସ୍ଥାପିତ ହେବା) ସ୍ୱୀକାର କରାଯିବ ନାହିଁ। ଆଉ ଯେଉଁମାନଙ୍କର ନାମ ଏହି ଭଳିଥିବ ସେମାନଙ୍କୁ ଆଇଏନଏଡି (INAD)ଧରାଯିବ । ଆଇଏନଏଡି ଅଥି ହେଉଛି ଇନଡେମିସବଲ ପ୍ୟାସେଞ୍ଜର ବୋଲି କୁହାଯିବ । ଏମାନଙ୍କୁ କୌଣସୀ ଦେଶକୁ ଯାତ୍ରା କରିବାକୁ ଅନୁମତି ଦିଆଯାଏ ନାହିଁ ।ଏଭଳି ଲୋକଙ୍କୁ ତାଙ୍କର ଦେଶକୁ ପୁନଃ ଫେରାଇ ଦିଆଯାଏ ଯେଉଁଠାରୁ ସେ ଆସିଥିଲେ ।

Get real time updates directly on you device, subscribe now.