fbpx

ଶୀତ ଦିନେ ପାଟିରୁ କାହିଁକି ବାହାରିଥାଏ ଧୂଆଁ: ଜାଣନ୍ତୁ ଏହା ପଛର କାରଣ

ବର୍ତ୍ତମାନ ଶୀତ ଋତୁ ଆସିଛି, ଏହି ଋତୁରେ କାକର, କୁହୁଡି ଭଳି ଅନେକ ପରିବର୍ତ୍ତନ ଦେଖାଯାଏ । ଆକାଶରେ ଘନ କୁହୁଡି ରହିଥାଏ ତେଣୁ ଅନେକ ସମୟରେ ଦିନ ମଧ୍ୟ ରାତି ଭଳି ଲାଗେ । କାରଣ ଅଧିକ ଶୀତରେ ସୂର୍ଯ୍ୟ କିରଣ ମଧ୍ୟ ଦେଖାଯାଏ ନାହିଁ, ତାପମାତ୍ରା ହ୍ରାସ ହେବା ସହିତ ଲୋକଙ୍କ ପାଟିରୁ ଧୂଆଁ ବାହାରିବା ଆରମ୍ଭ କରେ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଥଣ୍ଡା ହେବା ମାତ୍ରେ କାହିଁକି ପାଟିରୁ ଧୂଆଁ ବାହାରିବା ଆରମ୍ଭ କରେ? ଏହି ଧୂଆଁ କେଉଁଠାରୁ ଆସେ? ଯେତେବେଳେ କି ଗ୍ରୀଷ୍ମ ଋତୁରେ ଏହା ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଏ । ତେବେ ଜାଣନ୍ତୁ ଏହି ପ୍ରକ୍ରିୟା କାହିଁକି ହୁଏ?

ଆମେ ସମସ୍ତେ ଜାଣିଛୁ ଯେ ଆମ ଶରୀରରେ ୭୦% ଜଳ ରହିଥାଏ ଏବଂ ଆମର ଫୁସଫୁସ ବାୟୁରେ ପରିପୂର୍ଣ୍ଣ ରହିଥାଏ । ଆମ ଫୁସଫୁସରେ ରହିଥିବା ବାୟୁ ବାଷ୍ପ ଆକାରରେ ରହିଥାଏ । ଏହା ଆମ ଶରୀରର ତାପମାତ୍ରା ସହିତ ସମାନ ତାପମାତ୍ରାରେ ରହିଥାଏ, ଥଣ୍ଡା ହାୱା ଅଧିକ ଆର୍ଦ୍ରତା ଧାରଣ କରିପାରେ ନାହିଁ ଯେତେବେଳେ ଗରମ ହାୱା ଆର୍ଦ୍ରତା ଧାରଣ କରିଥାଏ । ଏହି କାରଣ ହେଉଛି ଯେତେବେଳେ ଆମେ ଶୀତଦିନେ ନିଶ୍ୱାସ ଛାଡୁ, ଶୀତଳ ବାୟୁ ଏହାର ତାପମାତ୍ରାକୁ ଅତି ଶୀଘ୍ର ହ୍ରାସ କରିଥାଏ ଏବଂ ଏହା ତୁରନ୍ତ କାକର ବିନ୍ଦୁରେ ପରିବର୍ତ୍ତନ ହୋଇଥାଏ । ଫୁସଫୁସରେ ଥିବା ବାୟୁ ବାଷ୍ପ ପରିବର୍ତ୍ତେ ଜଳ ହୋଇଯାଏ । ଏହି ପ୍ରକ୍ରିୟାକୁ କଣ୍ଡେସେସନ୍ କୁହାଯାଏ । କାରଣ କାକର ବିନ୍ଦୁରେ ପହଞ୍ଚିବା ପରେ ବାଷ୍ପ ତରଳ ରୂପରେ ପରିଣତ ହୁଏ ଏବଂ ଏହା ବହୁତ ଛୋଟ ବୁନ୍ଦା ର ରୂପ ନେଇଥାଏ । ଏଗୁଡ଼ିକ ହେଉଛି ସେହି ଛୋଟ ବୁନ୍ଦା ଯାହା ଆମକୁ ଧୂଆଁ ଭଳି ଦେଖାଯାଏ, ଯାହା ଆମ ପାଟିରୁ ବାହାରି ଆସେ । ଏହି ପ୍ରକ୍ରିୟା ଏତେ ଶୀଘ୍ର ଘଟେ ଯେ ଆମେ ଅନୁଭବ କରୁ ପାଟିରୁୁ ଧୂଆଁ ବାହାରକୁ ଆସୁଛି ।

ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀଷ୍ମ ସମୟରେ ବାୟୁମଣ୍ଡଳର ତାପମାତ୍ରା ଅଧିକ ହୋଇଯାଏ, ଏହି କାରଣରୁ, ଯେତେବେଳେ ଆମେ ଗ୍ରୀଷ୍ମ ଋତୁରେ ନିଶ୍ୱାସ ପ୍ରଶ୍ୱାସ ନେଇଥାଉ, ଏହା ଆର୍ଦ୍ର ଅବସ୍ଥାରେ ରହିଥାଏ । ଯେଉଁଥିରୁ ପାଟିରୁ ନିଶ୍ୱାସ ନେବାବେଳେ ଧୂଆଁ ବାହାରକୁ ଆସେ ନାହିଁ ।

Get real time updates directly on you device, subscribe now.