fbpx

ଲଗାଣ ବର୍ଷା ଯୋଗୁଁ ଚାଲିଗଲା ୧୪ ଜୀବନ, ୩୦ ନିଖୋଜ

Advertisement

ହାଇଦ୍ରାବାଦ,୧୪ ।୧୦: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଲଗାଣ ବର୍ଷା ଯୋଗୁଁ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୩୦ ଜଣ ନିଖୋଜ ମଧ୍ୟ ହୋଇଛନ୍ତି । ପୁରୁଣା ସହରର କାନ୍ଥ ଭୁଶୁଡି ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟା ଜଳରେ ଭାସିଯାଇ ୨ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟା ଜଳରେ ୩ ଡଜନରୁ ଅଧିକ ଗାଡି ଭାସି ଯାଇଥିବା ସୂଚନା ମିଳିଛି । ଗ୍ରେଟର ହାଇଦ୍ରାବାଦ ମୁନିସିପାଲିଟିରେ ବର୍ଷା ଯୋଗୁଁ ୨ ଦିନ ଛୁଟି ଘୋଷଣା କରାଯାଇଛି । ୨ ଦିନ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.