fbpx

ମୋଦୀ-ମାକ୍ରୋନଙ୍କ ସାକ୍ଷାତ ପୂର୍ବରୁ ଫ୍ରାନ୍ସର ବଡ ଘୋଷଣା, ଭାରତର ଏହି ପ୍ରୋଜେକ୍ଟରୁ ଓହରିଲା

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପ୍ରତି ୟୁରୋପ ଗସ୍ତରେ ଅଛନ୍ତି। ଗତକାଲି ଜର୍ମାନୀ ଯାତ୍ରା ପରେ ମଙ୍ଗଳବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ। ନିକଟରେ ମାକ୍ରୋନ ନିର୍ବାଚନ ଜିତି ରାଷ୍ଟ୍ରପତି ପଦ ବଜାୟ ରଖିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଯାତ୍ରା ପୂର୍ବରୁ ଏବଂ ମୋଦୀ-ମାକ୍ରୋନଙ୍କ ସାକ୍ଷାତ ପୂର୍ବରୁ ଫ୍ରାନ୍ସର ପ୍ରତିରକ୍ଷା ମୁଖ୍ୟ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଫ୍ରାନ୍ସ ପି-୭୫ ଇଣ୍ଡିଆ ପ୍ରୋଜେକ୍ଟରେ ସାମିଲ ହେବାରେ ଅସମର୍ଥ।

ଏହି ପ୍ରୋଜେକ୍ଟ ଆଧାରରେ ଭାରତରେ ଭାରତୀୟ ନୌସେନା ପାଇଁ ଛଅ ପାରମ୍ପରିକ ବୁଡାଜାହାଜ ନିର୍ମାଣ କରାଯିବ। ୪୩ ହଜାର କୋଟି ଟଙ୍କାର ଏହି ପ୍ରୋଜେକ୍ଟ ପାଇଁ ଚୟନ ହୋଇଥିବା ପାଞ୍ଚ ଅନ୍ତର୍ଜାତୀୟ କମ୍ପାନୀ ମଧ୍ୟରୁ ଫ୍ରାନ୍ସର କମ୍ପାନୀ ଗୋଟିଏ। ପ୍ରତିରକ୍ଷା ପ୍ରମୁଖ କହିଛନ୍ତି, ତାଙ୍କ ଦେଶ ପ୍ରପୋଜାଲ ଫର ରିକ୍ଵେଷ୍ଟ(ଆରଏଫପି)ର ସର୍ତ୍ତକୁ ପୂରା କରି ପାରିବ ନାହିଁ। ଏଥିପାଇଁ ଏହି ପ୍ରକଳ୍ପରୁ ଫ୍ରାନ୍ସ କମ୍ପାନୀ ଓହରିବାକୁ ନିଷ୍ପତ୍ତି ନେଇଛି।

ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପ ନୂତନ ରଣନୈତିକ ଭାଗିଦାରୀ ଦୃଷ୍ଟିରୁ ସବୁଠୁ ବଡ ପ୍ରକଳ୍ପ। ଏହାରି ଆଧାରରେ ଅନ୍ତର୍ଜାତୀୟ କମ୍ପାନୀ ସହିତ ଅନେକ ଭାରତୀୟ କମ୍ପାନୀ ମିଶି ଭାରତରେ ବୁଡାଜାହାଜ ନିର୍ମାଣ କରିବା ସହିତ ଜ୍ଞାନ କୌଶଳ ଆଦାନ ପ୍ରଦାନ କରିବେ।

P-75I ଭାରତରେ ବୁଡାଜାହାଜ ନିର୍ମାଣର ଦ୍ଵିତୀୟ ପ୍ରକଳ୍ପ। ନୌସେନା ଭାରତରେ ମଝଗାଓଁ ଡକୟାର୍ଡ ସିପବିଲ୍ଡିଂ ଲିମିଟେଡ୍(ଏମଡିଏଲ) ସହିତ ମିଶି ପି-୭୫ ପ୍ରକଳ୍ପ ଆଧାରରେ ଛଅ କଲବରୀ ଶ୍ରେଣୀର ପାରମ୍ପରିକ ବୁଡାଜାହାଜ ନିର୍ମାଣ କରି ସାରିଛି।

 

Get real time updates directly on you device, subscribe now.