fbpx

ଫ୍ରାନ୍ସର ରାଷ୍ଟ୍ରୀୟ ସମସ୍ୟା ପାଲଟି ଯାଇଛି ଏକ କୀଟପୋକ, ୨୦୨୪ ଅଲମ୍ପିକ୍ ପୂର୍ବରୁ ଦେଶରୁ ଏହାକୁ ନିପାତ କରିବା ନେଇ ଚିନ୍ତାରେ ସରକାର

ନୂଆଦିଲ୍ଲୀ: ୨୦୨୪ରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି ଅଲମ୍ପିକ ଗେମ୍ । କିନ୍ତୁ ଏହା ପୂର୍ବରୁ ଫ୍ରାନ୍ସ ସାମ୍ନାରେ ଏବେ ସମସ୍ୟାର ପାହାଡ ଛିଡା ହୋଇଛି । ଫ୍ରାନ୍ସ ଯେଉଁ ସମୟ ଓ ଅର୍ଥ ଏବେ ଅଲମ୍ପିକର ଆୟୋଜନ କ୍ଷେତ୍ରରେ ବିନିଯୋଗ କରିଥାନ୍ତା ତାହା ସେ ଏବେ ଏକ ଶତ୍ରୁର ନିପାତ କ୍ଷେତ୍ରରେ କରୁଛି । ତେବେ ଏହି ଶତ୍ରୁ କୌଣସି ବ୍ୟକ୍ତିବିଶେଷ ନୁହଁନ୍ତି କି କୌଣସି ଦେଶ ନୁହଁନ୍ତି ବରଂ ଫ୍ରାନ୍ସର ଏହି ଶତ୍ରୁ ହେଉଛି ଏକ କୀଟପୋକ ଯାହାକୁ ଆମେ ଛାରପୋକ କହିଥାଉ । ସରକାରଙ୍କୁ ଏବେ ଚିନ୍ତା ଘାରିଛି ଯେ, ଯଦି ଅଲମ୍ପିକ୍ ପୂର୍ବରୁ ଦେଶରୁ ଏହି ଶତ୍ରୁଙ୍କୁ ନାଶ କରା ନ ଯାଏ ତେବେ ଏହି ପୋକ ଅଲମ୍ଫିକ୍ ପାଇଁ ଆସୁଥିବା ଖେଳାଳୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିବ ।

ଫ୍ରାନ୍ସ ଏବେ ଛାରପୋକ ସମସ୍ୟାକୁ ନେଇ ସଂକଟରେ ପଡିଯାଇଛି । ସରକାର ଚେତାବନୀ ଦେଇଛନ୍ତି କି ପ୍ୟାରିସରେ ହେବାକୁ ଯାଉଥିବା ଅଲମ୍ପିକ ଖେଳ ପୂର୍ବରୁ ଯେ କୌଣସି ଉପାୟରେ ଏହି ପୋକକୁ ଦେଶରୁ ନିପାତ କରିବାକୁ ପଡିବ । ଏକ ରିପୋର୍ଟରୁ ଜଣାପଡିଛି ପ୍ୟାରିସ୍ ଦୀର୍ଘଦିନ ଧରି ଛାରପୋକ ସମସ୍ୟାରେ ପୀଡିତ । ଗତ କିଛି ବର୍ଷ ଧରି ଛାରପୋକ ପୁରା ଫ୍ରାନ୍ସରେ ଏକ ରାଷ୍ଟ୍ରୀୟ ସମସ୍ୟା ପାଲଟି ଯାଇଛି । ଏଠାରେ ଘର ଠାରୁ ଆରମ୍ଭ କରି ହସ୍ପିଟାଲ ସିନେମାଘର ଟ୍ରେନ ପର୍ଯ୍ୟନ୍ତ ସବୁ ସ୍ଥାନରେ ଛାରପୋକ ଆତଙ୍କ ଖେଳାଇ ଦେଇଛନ୍ତି ।

ରାଜଧାନୀ ପ୍ୟାରିସରେ ଛାରପୋକ ସମସ୍ୟା ଏତେମାତ୍ରାରେ ବଢିଯାଇଛି ଯେ, ଏବେ ଏହି ପୋକ ବିରୁଦ୍ଧରେ ଚିକିତ୍ସାକୁ ବୀମା ଅନ୍ତର୍ଭୁକ୍ତ କରିବାକୁ ଦାବୀ ହେଉଛି ।

Get real time updates directly on you device, subscribe now.