fbpx

ଋଣଭାରରେ ବୁଡ଼ି ରହିଥିବା ଅନିଲଙ୍କୁ ପୁଣି ୧୬୦ କୋଟିର ଝଟକା, ପ୍ରାଇଭେଟ୍ ବ୍ୟାଙ୍କ ନେଲା ବଡ଼ ପଦକ୍ଷେପ

Advertisement

ନୂଆଦିଲ୍ଲୀ: ପୂର୍ବରୁ ଋଣଭାରରେ ବୁଡ଼ି ରହିଥିବା ଅନିଲ ଅମ୍ବାନୀଙ୍କୁ ଲାଗିଛି ପୁଣି ଏକ ଝଟକା । ରିଲାଏନ୍ସ ହୋମ ଫାଇନାନ୍ସ ଓ ରିଲାଏନ୍ସ କମର୍ସିଆଲ ଫାଇନାନ୍ସରେ ୧୬୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ନେଇ କର୍ଣ୍ଣାଟକ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏକ ରେଗୁଲେଟରି ଫାଇଲିଂରେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ଦୁଇ ସଂସ୍ଥାର ଠକାମି ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)କୁ ଜଣାଇ ଦିଆଯାଇଛି । ରିଲାଏନ୍ସ ହୋମ ଫାଇନାନ୍ସର ୨୧.୯୪ କୋଟି ଓ ରିଲାଏନ୍ସ କମର୍ସିଆଲ ଫାଇନାନ୍ସର ୧୩୮.୪୧ କୋଟି ଋଣ ଭାର ରହିଥିବା ଜଣାପଡ଼ିଛି ।

୨୦୧୫ ମସିହାରୁ ରିଲାଏନ୍ସ ହୋମ ଫାଇନାନ୍ସ ଓ ୨୦୧୪ ମସିହାରୁ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ସହ କର୍ଣ୍ଣାଟକ ବ୍ୟାଙ୍କର ଆର୍ଥିକ ନେଣଦେଣ ପ୍ରକିୟା ଜାରି ରହିଛି । ରିଲାଏନ୍ସ ହୋମ ଫାଇନାନ୍ସକୁ ଋଣ ଦେବା ସମୟରେ ୨୪ ଜଣ ବ୍ୟାଙ୍କିଂ ଚୁକ୍ତିର ଅଂଶ ହୋଇଥିବା ବେଳେ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ସମୟରେ ୨୨ ଜଣ ଚୁକ୍ତିର ଅଂଶ ହୋଇଥିଲେ । ରିଲାଏନ୍ସ ହୋମ ଫାଇନାନ୍ସରେ କର୍ଣ୍ଣାଟକ ବ୍ୟାଙ୍କର ୦.୩୯ ପ୍ରତିଶତ ଅଂଶଧନ ଓ ରିଲାଏନ୍ସ କମର୍ସିଆଲ ଫାଇନାନ୍ସରେ ୧.୯୮ ପ୍ରତିଶତ ଅଂଶଧନ ରହିଛି । ରିଲାଏନ୍ସ ହୋମ ଫାଇନାନ୍ସକୁ କିଣିବା ପାଇଁ ଅଥମ୍ ଇନଭେଷ୍ଟମେଣ୍ଟ ଓ ଇନଫ୍ରାଷ୍ଟ୍ରକଚର କମ୍ପାନୀ ୨୮୮୭ କୋଟି ଟଙ୍କାର ବିଡ୍ ଆହ୍ୱାନ କରିଛି, ଯାହାକି ସମସ୍ତଙ୍କଠାରୁ ଅଧିକ ଅଟେ । ଚୁକ୍ତି ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ନେତୃତ୍ୱାଧୀନ ଗ୍ରୁପକୁ ୨୮୮୭ କୋଟି ମିଳିବ । ଏହାର ୯୦ ପ୍ରତିଶତ ଅର୍ଥାତ ୨୫୮୭ କୋଟି ପ୍ରଥମେ ପ୍ରଦାନ କରାଯିବ, ଅବଶିଷ୍ଟ ୩୦୦ କୋଟି କମ୍ପାନୀ ଏକ ବର୍ଷ ମଧ୍ୟରେ ପ୍ରଦାନ କରିବ ବୋଲି ଚୁକ୍ତି ହୋଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.