fbpx
BSKY
BJD SHG SKY
BJD YOUTH SKY

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଉପହାର: ଏଣିକି ବସଯାତ୍ରା ମାଗଣା, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁହେଲା

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ଗିଫ୍ଟ ଘୋଷଣା କରାଯାଇଛି । ମହିଳାମାନେ ଏଣିକି ମାଗଣାରେ ବସରେ ଯାତ୍ରା କରିପାରିବେ । ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି । ୟୁପିର ରୋଡୱେଜ ବସଗୁଡ଼ିକରେ ୬୦ ବର୍ଷରୁ ଅଧିକ ବୟସ୍କ ଶ୍ରେଣୀର ମହିଳାମାନେ ଏହି ସୁବିଧା ଉଠାଇ ପାରିବେ ବୋଲି କୁହାଯାଇଛି ।

ବରିଷ୍ଠ ନାଗରିକ ମହିଳାଙ୍କୁ ମାଗଣାରେ ବସ ଯାତ୍ରା ପାଇଁ ସଂକଳ୍ପ ପତ୍ରରେ ପୂର୍ବରୁ ବିଜେପି ଘୋଷଣା କରିଥିଲା । ନିର୍ବାଚନ ଜିତିବା ପରେ ସରକାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିଛନ୍ତି । ଖୁବଶୀଘ୍ର ୬୦ ବର୍ଷରୁ ଅଧିକ ବୟସର ମହିଳମ।।ନେ ରୋଡୱେ ବସରେ ବିନା ଶିଳ୍କରେ ଯାତ୍ରା କରିପାରିବେ । ଏହି ଯୋଜନାରେ ସରକାର ବାର୍ଷିକ ପାଖାପାଖି ୨୬୪ କୋଟି ଖର୍ଚ୍ଚ କରିବେ । ଦେଶର ଦ୍ୱିତୀୟ ରାଜ୍ୟ ଭାବେ ୟୁପିରେ ମହିଳାଙ୍କୁ ଫ୍ରି ବସସେବା ଯୋଗାଇ ଦିଆଯାଇଛି । ପୂର୍ବରୁ ରାଜଧାନୀ ଦିଲ୍ଲୀରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ଏପରି ଯୋଜନା ଲାଗୁ କରିଥିଲେ ।

Get real time updates directly on you device, subscribe now.