fbpx
BSKY
BJD SHG SKY
BJD YOUTH SKY

କମେଣ୍ଟ ମାରିବା ପଡିଲା ମହଙ୍ଗା: ପାଞ୍ଚ ସେକେଣ୍ଡରେ ୫ ଶକ୍ତ ଚାପୁଡ଼ା ବସାଇଦେଲେ ACP, ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: କାନପୁର କର୍ଣ୍ଣଲଗଞ୍ଜ ଅଞ୍ଚଳରେ ଯୁବତୀଙ୍କୁ ହଇରାଣ କରିବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଧରିବା ସହ ମାତ୍ର ୫ ସେକେଣ୍ଡରେ ପାଞ୍ଚଟି ଶକ୍ତ ଚାପୁଡ଼ି ମାରିଥିଲା । ଏବେ ଏହି ଘଟଣା ଭିଡିଓ ସୋସିଆଲ ମିଡିଆରେ ତୀବ୍ର ଭାବେ ଭାଇରାଲ ହେଉଛି ।

ହଇରାଣ କରୁଥିବା ଅଭିଯୁକ୍ତକୁ ବିଚ୍ ରାସ୍ତାରେ ଯୁବତୀଙ୍କ ସାମ୍ନାରେ ଉଚିତ୍ ଶିକ୍ଷା ଦେଇଥିଲା ପୋଲିସ । ପୋଲିସ ଅଧିକାରୀ ଜଣକ ‘ଅନ୍ ଦ ସ୍ପଟ୍’ ନିଷ୍ପତ୍ତି ନେଇ ୫ ସେକେଣ୍ଡରେ ଅଭିଯୁକ୍ତକୁ ୫ଟି ଶକ୍ତ ଚାପୁଡ଼ା ମାରିଥିଲେ ।

मनचले को छेड़खानी पड़ी महंगी, ACP ने पांच सेकेंड में जड़ दिए पांच थप्पड़

କର୍ଣ୍ଣଲଗଞ୍ଜ ଏସିପିଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ସିଭିଲ ଲାଇନ୍ସର ଏକ କଲେଜରେ ପଢ଼ୁଥିବା ଛାତ୍ରୀଙ୍କୁ ଅନେକ ଦିନ ଧରି ଜଣେ ଯୁବକ ହଇରାଣ କରୁଥିଲା । ଯୁବତୀଙ୍କ ପିତା ଥାନାରେ ଅଭିଯୋଗ କରିଥିବାରୁ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା ।

ଛାତ୍ରୀ ଜଣକ ଯେବେ କଲେଜରୁ ବାହାରକୁ ଥିଲେ, ସେବେ ଅଭିଯୁକ୍ତ ଯୁବକ ବାଇକ ଚଳାଇ ସେଠାରେ ପହଞ୍ଚିଥିଲା ଓ ପଛରେ ଗୋଡ଼ାଇ ହଇରାଣ କରିବାରେ ଲାଗିଲା । ଏହା ଦେଖି ଛାତ୍ରୀଙ୍କ ହଇରାଣ କରୁଥିବା ଯୁବକକୁ ୫ ସେକେଣ୍ଡରେ ୫ଟି ଚାପୁଡ଼ା ମାରିଥିଲେ ଏସିସି । ଏଥିସହିତ ଗିରଫ ଅଭିଯୁକ୍ତ ଯୁବକଙ୍କ ନାମ ୱାସିମ ହୋଇଥିବା ବେଳେ ତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଛନ୍ତି ।

Get real time updates directly on you device, subscribe now.