fbpx
BSKY
BJD SHG SKY
BJD YOUTH SKY

ସୀମା ଟପିଲା ଖାକିର ଜୁଲମ୍: ଥାନାରେ ସାମ୍ବାଦିକଙ୍କ ପୋଷାକ ଉତାରିଲେ ଦୁଇ ପୋଲିସ ଅଧିକାରୀ, ଫଟୋ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ: ସାମ୍ବାଦିକଙ୍କ ପ୍ରତି ଖାକିର ଜୁଲମ୍ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ । ନିକଟରେ ଏପରି ଏକ ଘଟଣାର ପୁନରାବୃତ୍ତି ଘଟିଛି ମଧ୍ୟପ୍ରଦେଶରେ । ସାମ୍ବାଦିକ ଓ ତାଙ୍କର ସାଥୀମାନଙ୍କର କପଡ଼ା ଖୋଲି ସସପେଣ୍ଡ ହୋଇଛନ୍ତି ଦୁଇ ପୋଲିସ ଅଫିସର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାକୁ ଗୁରୁତ୍ୱର ସହ ବିଚାର କରି ରିପୋର୍ଟ ମାଗିଛନ୍ତି । ସାମ୍ବାଦିକ ଓ ତାଙ୍କ ସାଥୀମାନେ ଅଣ୍ଡରୱେୟର ପିନ୍ଧିଥିବା ଅବସ୍ଥାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଘଟଣା ପରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଖବର ମୁତାବକ, ଧାରଣା ସ୍ଥଳରୁ କିଛି ଲୋକଙ୍କୁ ସିଧୀ ଜିଲ୍ଲା ପୋଲିସ ଗିରଫ କରିନେଇଥିଲା । ପରେ ପୋଲିସ ସେମାନଙ୍କ ଦେହରୁ କପଡ଼ା ଖୋଲି ଜୁଲମ୍ ପ୍ରଦର୍ଶନ କରିଥିଲା । ଏହି ଘଟଣା ପରେ ଭୋପାଳ ପୋଲିସ ମୁଖ୍ୟାଳୟକୁ ଦାୟୀ କରାଯାଇ ସ୍ପଷ୍ଟୀକରଣ ମଗାଯାଇଥିଲା । ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପରସ୍ତରରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ଥାନାଧିକାରୀ ଓ ଏସଆଇଙ୍କୁ ନିଲମ୍ବିତ କରାଯାଇଛି ।

ଏହି ଘଟଣାରେ ରେଞ୍ଜ ଆଇଜି ଟ୍ୱିଟ କରି କହିଛନ୍ତି ଯେ, ସିଧୀ ଜିଲ୍ଲାର ଜଣେ ପତ୍ରକାର ଓ ତାଙ୍କର କିଛି ସାଥୀଙ୍କର ଅଣ୍ଡରୱେୟର ପିନ୍ଧା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଦୁଇ ଦୋଷୀ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହି ଘଟଣାର ଯାଞ୍ଚ ଅତିରିକ୍ତ ପୋଲିସ ଅଧିକ୍ଷକ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.