fbpx
BSKY SKY
BSKY SKY

୨୫ ବର୍ଷରୁ କମ୍ ବୟସର ଯୁବକମାନଙ୍କୁ ମାଗଣାରେ ମିଳିବ କଣ୍ଡୋମ: କେଉଁଠି ଲାଗୁ ହେଲା ଏହି ନିୟମ, ଏହା ପଛର କାରଣ କ’ଣ

BSKY

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶରେ ସାମାଜିକ, ରାଜନୈତିକ, ସାଂସ୍କୃତିକ କ୍ଷେତ୍ରରେ ଭିନ୍ନ ଭିନ୍ନ ନିୟମ ରହିଥାଏ । ଏପରିକି ଏକ ନିର୍ଦ୍ଦିଷ୍ଟ ଜିନିଷକୁ ଗୋଟିଏ ଦେଶରେ ବ୍ୟାନ କରାଯାଉଥିବା ବେଳେ ଅନ୍ୟ ଦେଶରେ ଏହାକୁ ସହଜରେ ଗ୍ରହଣ କରାଯାଇଥାଏ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫ୍ରାନ୍ସରେ । ଫ୍ରାନ୍ସରେ ୨୫ ବର୍ଷୀରୁ କମ୍ ବୟସର ଯୁବକମାନଙ୍କୁ ମାଗଣାରେ କଣ୍ଡୋମ ବଣ୍ଟନ କରାଯିବ ।

ତେବେ ଫ୍ରାନ୍ସରେ ଯୁବକମାନଙ୍କୁ ମାଗଣାରେ କଣ୍ଡୋମ ବଣ୍ଟନ କରାଯାଉଥିବା ଘଟଣା ଯେ କେହି ବି ଶୁଣିବ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏହା ପଛର କାରଣ ଜନସଂଖ୍ୟା ନିୟନ୍ତ୍ରଣ ବୋଲି ଅନେକ ପୂର୍ବାନୁମାନ କରିଥାନ୍ତି । ମାତ୍ର ଏହି ଆକଳନ ଭୁଲ୍ ଅଟେ । ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଯୁବକଙ୍କୁ ମାଗଣା କଣ୍ଡୋମ ବଣ୍ଟନର ଶୁଭାରମ୍ଭ କରିଥିଲେ । ସେଥିରେ ୧୮ରୁ ୨୫ ବର୍ଷୀୟ ଯୁବକୀଙ୍କୁ ସାମିଲ କରିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

ମାତ୍ର ପରେ ବିବାଦ ସୃଷ୍ଟି ହେବାରୁ ୧୮ ବର୍ଷରୁ କମ୍ ନାବାଳକଙ୍କୁ ମଧ୍ୟ ସେଥିରେ ସାମିଲ କରାଯାଇଥିଲା । ଦେଶର ଜନତାଙ୍କୁ ସେକ୍ସ ଏଜୁକେସନ ମାମଲାରେ ପ୍ରଶିକ୍ଷିତ କରାଇବା ଜରୁରୀ ଅଟେ । କେବଳ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଏହି ପଦକ୍ଷେପ ନିଆଯାଇନାହିଁ । ଯୌନ କ୍ରିୟା ଦ୍ୱାରା ବ୍ୟାପୁଥିବା ଅନେକ ବିମାରୀକୁ ରୋକିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି । ଏକ ରିପୋର୍ଟ ମୁତାବକ, ଗତ ୨୦୨୧ରେ ଏଚଆଇଭିର ୫ ହଜାର ନୂଆ ରୋଗୀ ଚିହ୍ନଟ ହୋଇଥିଲେ । ସେଥିରେ ୨୬ ବର୍ଷରୁ କମ୍ ବର୍ଷୀୟ ୧୫ ପ୍ରତିଶତ ଯୁବକ ରହିଥିଲେ ।

Get real time updates directly on you device, subscribe now.