fbpx

NHAI ଅଧୀକାରୀଙ୍କ ଦାବି: ଋଷଭ ପନ୍ତଙ୍କ ଦୁର୍ଘଟଣା ରାସ୍ତାରେ କୌଣସି ଖାଲ ନଥିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତ କାର ଦୁର୍ଘଟଣା ମାମଲାକୁ ନେଇ ଏକ ନୂଆ ମୋଡ଼ ଆସିଛି । ନାସନାଲ ହାଇୱେ ଅଥୋରିଟି ଅଫ ଇଣ୍ଡିଆର ବରିଷ୍ଠ ଅଧିକାରୀ ଏକ ଆଶ୍ଚର୍ଯ୍ୟ ଜନକ ବିବରଣୀ ଦେଇଛନ୍ତି । ସେ କହିଛନ୍ତି ଯେଉଁ ରାସ୍ତାରେ ଋଷଭ ପନ୍ତଙ୍କ ଦୁର୍ଘଟଣା ଘଟିଥିଲା ସେଠାରେ କୌଣସି ଖାଲ ବା ଗାଡ ନଥିଲା । ଏନଏଚଏଆଇ ଅଧିକାରୀ ଏଥିପାଇଁ ଦାବି କରୁଛନ୍ତି ଯେ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ରବିବାର ଦିନ ଯେତେବେଳେ ଋଷଭ ପନ୍ତଙ୍କ ସହ ଭେଟିଥିଲେ ସେତେବେଳେ ଋଷଭ ତାଙ୍କୁ କହିଥିଲେ ଯେ, ରାଜପଥରେ ଏକ ଖାଲ ଥିଲା ଯାହାଠାରୁ ସେ ବଞ୍ଚିବା ପାଇଁ ଏପରି ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଏନଏଚଏଆଇ ଅଧିକାରୀ ପ୍ରଦୀପ ସିଂ ଗୁହାଇ ସୂଚନା ଦେଇ କହିଛନ୍ତି ଯେ, ଯେଉଁ ରାସ୍ତାରେ ଦୁର୍ଘଟଣା ଘଟିଛି ସେଠାରେ କୌଣସି ଗାଡ ନଥିଲା । ସେହି ସଡ଼କ ନିକଟରେ ଏକ କେନାଲ ଅଛି ଯେଉଁଥିପାଇଁ ସେହି ରାସ୍ତାଟି ଅଳ୍ପ ସଂକୁଚିତ ରହିଛି । କିନ୍ତୁ ଖବର ଆସି ପହଁଚିଥିଲା ଯେ, ରବିବାର ବିଳମ୍ବିତ ରାତ୍ରୀରେ ଦୁର୍ଘଟଣା ସ୍ଥଳକୁ ଶ୍ରମିକଙ୍କୁ ଲଗାଇ ମରାମତି କରାଇଛନ୍ତି । ଏହି ମରାମତି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମଧ୍ୟ ଗୁହାଇ ଏହାକୁ ସ୍ୱୀକାର କରୁନାହାନ୍ତି ।

ଏହା ପୂର୍ବରୁ ଉତ୍ତରାଖଣ୍ଡ ସିଏମ ପୁଷ୍କର ଧାମୀ ମାକ୍ସ ହସପିଟାଲରେ ପନ୍ତଙ୍କ ସହ ଦେଖା କରିବା ପରେ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ, ଋଷଭ ଏକ ଗାଢରୁ ବଞ୍ଚିବା ପାଇଁ ଏପରି ଦୁର୍ଘଟଣାର ଶିକାର ହୋଇଥିଲେ । ଏହା ବ୍ୟତୀତ, ନୂଆଦିଲ୍ଲୀ କ୍ରିକେଟ ସଂଘର ନିର୍ଦ୍ଦେଶକ ଶ୍ୟାମ ଶର୍ମା କିପର୍ ତଥା ବ୍ୟାଟିଂ କରୁଥିବା ଦଳରେ କହିଥିଲେ ଯେ, ଯେତେବେଳେ ଋଷଭ ପନ୍ତ ଗାଡରୁ ବଂଚିବା ପାଇଁ ଚେଷ୍ଟା କରୁଥିଲେ ସେତେବେଳେ ତାଙ୍କର ଦୁର୍ଘଟଣା ଘଟିଥିଲା । ତେବେ ବର୍ତ୍ତମାନ ଏନଏଚଏଆଇର ଅଧିକାରୀ ନିଜ ଉପରକୁ ଦୋଷ ନ ନେବା ପାଇଁ ଏପରି ମିଛ କଥା କହୁଛନ୍ତି ବୋଲି କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.