fbpx

ମୋଦୀ ସରକାରଙ୍କ ବଡ଼ ଘୋଷଣା: ନୂଆବର୍ଷରୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାଶନ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଏହା ମଧ୍ୟରେ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ନୂଆବର୍ଷ ଠାରୁ ଗରିବଙ୍କୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାଶନ ସାମଗ୍ରୀ ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

ମୋଦୀ ସରକାରଙ୍କ ଏହି ଘୋଷଣା ଫଳରେ ଦେଶର ୮୧ କୋଟି ଗରିବ ହିତାଧିକାରୀ ଲାଭବାନ ହେବେ । ପିଏମଜିକେଏୱାଇ ଯୋଜନା ଅଧିନରେ ହିତାଧିକାରୀଙ୍କୁ ପ୍ରତି ମାସରେ ମାଗଣାରେ ୫ କେଜି ରାଶନ ସାମଗ୍ରୀ ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଫଳରେ ଦେଶର କୋଟି କୋଟି ଗରିବ ଲୋକ ବିଶେଷ ଭାବେ ଉପକୃତ ହୋଇ ପାରିବେ ।

ଗତ ୨୦୨୦ ମସିହା ଜୁନ୍ ମାସରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅଧିନରେ ଗରିବ ଲୋକଙ୍କୁ ମାସକୁ ୫ କୋଜି ଚାଉଳ ବା ଗହମ ମାଗଣାରେ ପ୍ରଦାନ କରାଯିବ । କେନ୍ଦ୍ର ସରକାର ସମୟ ସମୟରେ ଏହି ଯୋଜନାର ଅବଧିକୁ ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାର ୨୦୨୩ ପର୍ଯ୍ୟନ୍ତ ଏହି ଯୋଜନାକୁ ବୃଦ୍ଧି କରିଥିଲେ । ନିକଟରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଅବଧି ବୃଦ୍ଧି ନେଇ କହିଥିଲେ । ମାତ୍ର ଏବେ କେନ୍ଦ୍ର ସରକାର ସେନେଇ ଏକ ବଡ଼ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.