ଭୁବନେଶ୍ୱର : ରାଜ୍ୟରେ ଥିବା ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏବେ ଛାତ୍ରଛାତ୍ରୀଙ୍କୁ ମାଗଣା ପୁସ୍ତକ ଯୋଗାଇ ଦିଆଯିବ । ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରି ଘରୋଇ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଯୋଜନାକୁ 5T ଉପକ୍ରମରେ ହାତକୁ ନିଆଯାଇଛି ।
ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । ଯୋଜନା ଅନୁସାରେ, ରାଜ୍ୟ ସରକାର ଘରୋଇ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୁସ୍ତକ ଯୋଗାଇ ଦିଆଯିବ । ରାଜ୍ୟରେ ପ୍ରାୟ ୩୬୨୦ଟି ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ରହିଛି, ସେଥିରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି । ଏନେଇ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।
ସୂଚନା ଅନୁସାରେ, ଘରୋଇ ବିଦ୍ୟାଳୟରେ ପାଠ ପଢୁଥରବା ପିଲାମାନେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ମଧ୍ୟ ପ୍ରଦର୍ଶନ କରି ଆସୁଛନ୍ତି ।