fbpx
BSKY SKY
BSKY SKY

ଦେଶର ପ୍ରଥମ ବ୍ୟାଙ୍କ ଭାବେ AU ସ୍ମଲ ଫାଇନାନ୍ସ ବ୍ୟାଙ୍କ ଆରମ୍ଭ କଲା ୨୪ ଘଣ୍ଟିଆ ଭିଡିଓ ବ୍ୟାଙ୍କିଂ ସେବା, ଗ୍ରାହକଙ୍କୁ ମିଳିବ ୪୦୦ରୁ ଅଧିକ ସେବା

BSKY

ନୂଆଦିଲ୍ଲୀ: ଏଣିକି ଗ୍ରାହକଙ୍କୁ ଆଉ ବ୍ୟାଙ୍କ କାଉଣ୍ଟରରେ ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ । ଏବେ ଗ୍ରାହକମାନେ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ଯେ କୌଣସି ସମସ୍ୟା ବା ସୂଚନା ପାଇଁ କଷ୍ଟମର କେୟାରକୁ କଲ କରିପାରିବେ । ଗ୍ରାହକମାନେ ନିଜ ନିଜର ସମସ୍ତ ସମସ୍ୟାର ସମାଧାନ ପାଇଁ ବ୍ୟାଙ୍କକୁ ଭିଡିଓ କଲିଂ କରିପାରିବେ । ଗ୍ରାହକଙ୍କୁ ୨୪ ଘଣ୍ଟିଆ ଭିଡିଓ କଲିଂ ସେବା ଯୋଗାଇ ଦେବ ବ୍ୟାଙ୍କ ।

ସୂଚନା ମୁତାବକ, ଦେଶର ପ୍ରଥମ ବ୍ୟାଙ୍କ ଭାବେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୨୪ ଘଣ୍ଟିଆ ଭିଡିଓ ବ୍ୟାଙ୍କିଂ ସେବା ଆରମ୍ଭ କରିଛି । ଏନେଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି, ଗ୍ରାହକଙ୍କର କ୍ରେଡିଟ କାର୍ଡ, ଋଣ, ସଞ୍ଚୟ, ଡିଜିଟାଲ ସଞ୍ଚୟ, ବେସିକ ସେବା ସେଭିଙ୍ଗସ, କରେଣ୍ଟ ଆକାଉଣ୍ଟ ଆଦି ବ୍ୟାଙ୍କିଂ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଏହି ଭିଡିଓ ସେବା ଉପଲବ୍ଧ ରହିଛି । ପ୍ରଧାନମନ୍ତ୍ରୀ ଜନଧନ ଖାତାଧାରୀ ମଧ୍ୟ ଏହି ଭିଡିଓ ବ୍ୟାଙ୍କିଂ ସେବାର ଫାଇଦା ଉଠାଇ ପାରିବେ ।

ବ୍ୟାଙ୍କର ଗ୍ରାହକମାନେ ୨୪ ଘଣ୍ଟିଆ ଭିଡିଓ ବ୍ୟାଙ୍କିଂ ସେବା ମାଧ୍ୟମରେ ୪୦୦ରୁ ଅଧିକ ସେବାର ଉପଯୋଗ କରିପାରିବେ । ଠିକଣା ଅପଡେଟ କରିବା, ଲୋନ ସୂଚନା ପାଇବା, କ୍ରେଡିଟ କାର୍ଡର କେୱାଇସି, ଏଫଡି, ରିକରିଂ ଡିପୋଜିଟ, ଫାଷ୍ଟଟ୍ୟାଗ ରିଚାର୍ଚ୍ଚ, ଚେକବୁକ ଅନୁରୋଧ ସମେତ ଅନ୍ୟସବୁ ସୁବିଧା ସାମିଲ ରହିଛି । ଏଥିସହିତ ଯେ କୌଣସି ବ୍ୟକ୍ତି ସେଭିଙ୍ଗସ ଆକାଉଣ୍ଟ ଖାତା ଖୋଲିବା ସହିତ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭିଡିଓ ବ୍ୟାଙ୍କର ଉପଯୋଗ କରି ନିଜର କେୱାଇସି ସମୂର୍ଣ୍ଣ କରିପାରିବେ ।

ତେବେ ଭିଡିଓ ବ୍ୟାଙ୍କିଙ୍ଗ ମାଧ୍ୟମରେ କୌଣସି ବ୍ୟାଙ୍କିଂ ଟ୍ରାଞ୍ଜାକସନ କରିବା ସମ୍ଭବ ହେବ ନାହିଁ । ରାତି ୮ରୁ ସକାଳ ୮ଟା ମଧ୍ୟରେ କୌଣସି ପ୍ରକାରର ଆର୍ଥିକ ନେଣଦେଣ ଏହା ମାଧ୍ୟମରେ ହୋଇ ପାରିବ ନାହିଁ । ନିଫ୍ଟ, ଆଇଏମପିଏସ ଓ ଅନ୍ୟ ସମସ୍ତ ପ୍ରକାରର ଆର୍ଥିକ ନେଣଦେଣ ସକାଳ ୮ରୁ ରାତି ୮ଟା ମଧ୍ୟରେ ଭିଡିଓ ବ୍ୟାଙ୍କିଂ ଜରିଆରେ ହୋଇପାରିବ । ସମସ୍ତ ଭିଡିଓ ବ୍ୟାଙ୍କର ଅନ-ରୋଲ କର୍ମଚାରୀ ହୋଇଥିବା ବେଳେ ଭିଡିଓ ବ୍ୟାଙ୍କିଂ ସେବା ୩୬୫ ଦିନ ପାଇଁ ୨୪ ଘଣ୍ଟା ପାଇଁ ଉପଲବ୍ଧ ଅଟେ । ଏପରିକି ଏହି ଭିଡିଓ କଲିଂ ସୁବିଧା ରବିବାର ଦିନ ମଧ୍ୟ ଉପଲବ୍ଧ ରହିବ ।

Get real time updates directly on you device, subscribe now.