fbpx

ବିଧାୟକଙ୍କ ପୁଅ ବନ୍ଧୁକ ଦେଖାଇ ମ୍ୟୁଜିକ କମ୍ପାନୀର ସିଇଓଙ୍କୁ କଲେ ଅପହରଣ, ପଞ୍ଜୀକରଣ ହେଲା ଏଫଆଇଆର

ମୁମ୍ବାଇ: ମୁମ୍ବାଇରେ ଜଣେ ବ୍ୟବସାୟୀଙ୍କୁ ବିଧାୟକଙ୍କ ପୁଅ ଅପହରଣ କରିବା କଥା ସାମ୍ନାକୁ ଆସିଛି । ଏଥିରେ ଆଞ୍ଚଳିକ ଶିବସେନା ଦଳର ବିଧାୟକ ପ୍ରକାଶ ସୁର୍ବେଙ୍କ ପୁଅ ରାଜ ସୁର୍ବେ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି । ମୁମ୍ବାଇ ପୋଲିସ କହିଛି ଯେ, ବୁଧବାର ଦିନ ଗୋରେଗାଁଓରେ ଜଣେ ବ୍ୟବସାୟୀ ରାଜକୁମାର ସିଂହଙ୍କୁ ବନ୍ଧୁକ ଦେଖାଯାଇ ଅପହରଣ କରାଯାଇଛି । ଏହି ମାମଲାରେ ବିଧାୟକ ପ୍ରକାଶ ସୁର୍ବେଙ୍କ ପୁଅ ରାଜ ସୁର୍ବେ ଏବଂ ଅନ୍ୟ ଅଭିଯୁକ୍ତ ସାମିଲ ଅଛନ୍ତି ।

ରିପୋର୍ଟରେ ଦାବି କରାଯାଇଛି ଯେ, ମୁମ୍ବାଇର ଗୋରେଗାଁଓରେ ଥିବା ଗ୍ଲୋବାଲ ମ୍ୟୁଜିକ ଜଙ୍କସନ ଅଫିସରେ ପାଖାପାଖି ୧୦ ରୁ ୧୫ ଲୋକ ଚଢଉ କରିଥିଲେ ଏବଂ ମ୍ୟୁଜିକ କମ୍ପାନୀର ସିଇଓ ରାଜକୁମାର ସିଂହଙ୍କ ଅପହରଣ କରାଯାଇଛି । ଏହି ମାମଲାର ଏକ ସିସିଟିଭି କ୍ୟାମେରା ଫୁଟେଜ ଅନଲାଇନ ମାଧ୍ୟମରେ ଆସିଛି ଯେଉଁଥିରେ ଦେଖାଯାଉଛି ଯେ, ୧୦ ରୁ ୧୫ ଜଣ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରି ଜଣେ ବ୍ୟକ୍ତିଙ୍କୁ ଜୋର ଜବରଦସ୍ତ ନିଜ ସହ ନେଇଯାଉଛନ୍ତି ।

ଗ୍ଲୋବାଲ ମ୍ୟୁଜିକ ଜଙ୍କସନର ସିଇଓ ରାଜକୁମାର ସିଂହଙ୍କ ବିବୃତ୍ତି ଅନୁଯାୟୀ, ତାଙ୍କୁ ତାଙ୍କ ଅଫିସରୁ ବନ୍ଧୁକ ଦେଖାଇ ନିଆଯାଇଥିଲା ଏବଂ ତାଙ୍କ ଉପରେ ପାଟଣାର ମନୋଜ ମିଶ୍ରଙ୍କୁ ଦିଆଯାଇଥିବା ବିଜନେସ ଲୋନକୁ ସେଟଲ କରିବା ଲାଗି ଚାପ ପ୍ରୟୋଗ କରାଯାଇଥିଲା । ତେବେ ଏଫଆଇଆର ଅନୁଯାୟୀ, ରାଜକୁମାର ସିଂହଙ୍କ ଠାରୁ କିଛି ଦସ୍ତଖତ କରାଯାଇଛି । ସ୍ଥାନୀୟ ପୋଲିସ ହସ୍ତକ୍ଷେପ କରି ବିଜନେସକୁ ବଞ୍ଚାଇଛନ୍ତି । ଏହାପରେ ଅପହରଣ ଏବଂ ଅସ୍ତ୍ର ଅଧିନିୟମ ଅନୁଯାୟୀ, ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.