fbpx
BJD
BJD SKY
BJD SKY

ଜିମେଲ୍ ୟୁଜର୍ସଙ୍କ ଲାଗି ଗୁଗଲ ଜାରି କଲା ଆଲର୍ଟ, ଡିଲିଟ୍ କରୁଛି ଏହି ଲୋକଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ:ଗୁଗଲ ଜିମେଲ୍ ୟୁଜର୍ସଙ୍କୁ ପୁଣି ଥରେ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଇଛି ଯେଉଁ ବିଷୟରେ ଜାଣିବା ଆପଣଙ୍କ ଲାଗି ବହୁତ ଜରୁରୀ । ଯଦି ଆପଣଙ୍କ ପାଖରେ ଏପରି ଏକ ଜିମେଲ୍ ଆକାଉଣ୍ଟ ରହିଛି ଯାହାକୁ ଆପଣ କେବେ କେମିତି ଆକ୍ସେସ୍ କରୁଛନ୍ତି ଓ ବର୍ଷକ ମଧ୍ୟରେ ଆଦୌ ଓପନ୍ କରିନାହାନ୍ତି ତେବେ ଗୁଗଲ ନିକଟରେ ଆପଣଙ୍କ ଲାଗି ରହିଛି କିଛି ଖରାପ ଖବର ।

ଗତ ମାସରେ ଗୁଗଲ ଚେତାବନୀ ଦେଇଥିଲା ଯେ, ଇନଆକ୍ଟିଭ ଆକାଉଣ୍ଟକୁ ବନ୍ଦ କରି ଦିଆଯିବ । ଏବେ କମ୍ପାନୀ ଏହା ସମ୍ବନ୍ଧିତ ସମସ୍ତ ୟୁଜର୍ସଙ୍କୁ ନୋଟିସ ପଠାଇବା ଆରମ୍ଭ କରି ଦେଇଛି । ଗୁଗଲ କହିଛି ଏହା ଏହା ନିଜର ସମସ୍ତ ପ୍ରଡକ୍ଟ ଓ ସର୍ଭିସ ଲାଗି ଗୁଗଲ ଆକାଉଣ୍ଟର ଇନଆକ୍ଟିଭ ପରିୟଡକୁ ୨ ବର୍ଷ ପର୍ଯ୍ୟନ୍ତ ଅପଡେଟ୍ କରୁଛି । ଗୁଗଲ ଇମେଲ୍ ମାଧ୍ୟମରେ କହିଛଇ ଯେ, ଏହି ପରିବର୍ତ୍ତନ ଆଜି ଠାରୁ ଆରମ୍ଭ ହୋଇଛି ଓ ଇନଆକ୍ଟିଭ ହୋଇଯାଇଥିବା ସମସ୍ତ ଗୁଗଲ ଆକାଉଣ୍ଟ କ୍ଷେତ୍ରରେ ଲାଗୁ ହେବ ।

ଗୁଗଲ ଅନୁସାରେ ଯେଉଁ ବି ଖାତା ଯେଉଁଥିରେ ୨ ବର୍ଷ ମଧ୍ୟରେ ସାଇନ ଇନ୍ ହୋଇନାହିଁ କିମ୍ବା ଉପଯୋଗ ହୋଇନାହିଁ ତାହାକୁ ନିଷ୍କ୍ରିୟ ବୋଲି ମନେ କରାଯାଏ । ଗୁଗଲ କହିଛି ଇନଆକ୍ଟିଭ ଆକାଉଣ୍ଟ ଓ ଏଥିରେ ଥିବା କୌଣସି ବି କଣ୍ଟେଣ୍ଟ ୧ ଡିସେମ୍ବର ୨୦୨୩ରୁ ହଟାଇ ଦିଆଯିବା ଯୋଗ୍ୟ । ତେବେ ଗୁଗଲ ବିନା ସୂଚନାରେ ଏପରି କାର୍ଯ୍ୟ କରିବ ନାହିଁ । କୌଣସି ବି କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ଗୁଗଲ ଆପଣଙ୍କୁ ଏକ ଇମେଲ୍ ପଠାଇବ । ଅନ୍ୟପକ୍ଷରେ ଯଦି ଆପଣ ଗତ ୨ ବର୍ଷ ମଧ୍ୟରେ ଥରେ ବି ଆପଣଙ୍କ ଗୁଗଲ ଖାତାକୁ ସାଇନ ଇନ୍ କରିଥିବେ ତେବେ ଆପଣଙ୍କ ଖାତା ଆକ୍ଟିଭ ବୋଲି ମନେ କରାଯିବ ।

Get real time updates directly on you device, subscribe now.