fbpx

ଆଖି ଦେଖି ଚିହ୍ନି ହେବ ଡାଇବେଟିସ: ଜାଣନ୍ତୁ କିପରି

AAKASH

ଭାରତରେ ଏବେ ପ୍ରତିବର୍ଷ ଡାଇବେଟିସର ମାମଲା ବଢ଼ିବାରେ ଲାଗିଛି । ଛୋଟ ପିଲାମାନେ ଦ୍ରୁତ ଭାବେ ଏହି ରୋଗର ଶିକାର ହେଉଛନ୍ତି । ମଧୁମେହ ହେଉଛି ଏକ ପ୍ରକାର ସାଇଲେଣ୍ଟ କିଲର ଯାହା ମେଟାବୋଲିକ୍ ଡିସଅର୍ଡର କାରଣରୁ ହୋଇଥାଏ । ମଧୁମେହର ଲକ୍ଷଣ ଆଖି ଉପରେ ମଧ୍ୟ ପଡିଥାଏ ବୋଲି ଚକ୍ଷୁବିଶେଷଜ୍ଞମାନେ କହିଛନ୍ତି ।

ମଧୁମେହ ଏକ ପ୍ରକାର ମେଟାବୋଲିକ୍ ବ୍ୟାଧି ଭାବରେ ବିବେଚନା କରାଯାଏ । ଥକ୍କାପଣ, ଦୁର୍ବଳତା, କ୍ଷତ ଶୀଘ୍ର ଆରୋଗ୍ୟ ନହେବା ଭଳି ଅନେକ ଲକ୍ଷଣ ଅଛି ଯାହାକୁ ମଧୁମେହର ଲକ୍ଷଣ ଭାବେ ବିବେଚନା କରାଯାଏ । କିନ୍ତୁ ନିକଟରେ ଚକ୍ଷୁ ବିଶେଷଜ୍ଞ କହିଛନ୍ତି ଯେ ଆଖିରେ ମଧ୍ୟ ମଧୁମେହର ଲକ୍ଷଣ ଦେଖାଯାଇଥାଏ । ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ରକ୍ତ ଶର୍କରା ସ୍ତର ଅଧିକ ରହିଥାଏ ତେବେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ତୃଷା, ଅସ୍ଥିରତା ଏବଂ ଓଜନ ହ୍ରାସ ସହିତ ମଧୁମେହ ମଧ୍ୟ ଆଖି ଦ୍ୱାରା ଚିହ୍ନଟ ହୋଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଉଚ୍ଚ ରକ୍ତଚାପ ଶରୀର ଉପରେ କେଉଁ ପ୍ରଭାବ ପକାଏ: ଉଚ୍ଚ ରକ୍ତ ଶର୍କରା ରହିବା ଦ୍ୱାରା ବ୍ୟକ୍ତିର ରେଟିନାରେ ରକ୍ତବାହୀ ପରିବର୍ତ୍ତନ ହୋଇପାରେ । ଏହା ଆଖିର ଟିସୁରେ ଫୁଲା ଏବଂ ଦୃଷ୍ଟିଶକ୍ତିକୁ କମ କରିଥାଏ । ରକ୍ତରେ ଶର୍କରା ବୃଦ୍ଧି ଆଖିର ଲେନ୍ସର ଆକାରକୁ ମଧ୍ୟ ବଦଳାଇପାରେ, ଯାହା ଚିକିତ୍ସା କରାନଗଲେ ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ଏଥି ସହିତ ରେଟିନୋପାଥି, ଗ୍ଲୁକୋମା ଏବଂ ମୋତିଆବିନ୍ଦୁ ଭଳି ସମସ୍ୟା ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି ।

ଆଖିକୁ କିଭଳି ପ୍ରଭାବିତ କରେ ମଧୁମେହ: ଇନସୁଲିନ୍ ଏକ ହରମୋନ ଯାହା ଅଗ୍ନାଶୟରୁ କ୍ଷରିତ ହୋଇଥାଏ । ଯାହା ରକ୍ତରୁ ଗ୍ଲୁକୋଜକୁ ଅଲଗା କରି କୋଷକୁ ପଠାଇଥାଏ । ମଧୁମେହରେ ଇନସୁଲିନ୍ ତିଆରି ହୁଏ ନାହିଁ କିମ୍ବା ତିଆରି ହେବା ପରେ ମଧ୍ୟ ଶରୀର ଏହାକୁ ବ୍ୟବହାର କରିବାରେ ଅସମର୍ଥ ହୁଏ । ଏହା ଶରୀରରେ ଗ୍ଲୁକୋଜର ପରିମାଣକୁ ବୃଦ୍ଧି କରିଥାଏ । ଶରୀରରେ ଇନସୁଲିନ୍ ତିଆରି କିମ୍ବା ବ୍ୟବହାର କରିବାର ଅଭାବ ହେତୁ ମଧୁମେହ ଆଖିକୁ କ୍ଷତି ପହଞ୍ଚାଇଥାଏ । ଶରୀରରେ ଅମ୍ଳଜାନର ଅଭାବ ହୋଇପାରେ । ଅନ୍ୟପଟେ ଆଖିର ଆକାର ବଦଳି ଯାଇ ମୋତିଆବିନ୍ଦୁ ସୃଷ୍ଟି ହୋଇପାରେ । ଏହା ରେଟିନାକୁ ମଧ୍ୟ କ୍ଷତି ପହଞ୍ଚାଇପାରେ ।

ଆଖିରେ ମଧୁମେହର ଏହି ସଙ୍କେତ ଦେଖାଯାଏ: ମଧୁମେହ ବ୍ୟକ୍ତିମାନଙ୍କର ଦୃଷ୍ଟିଶକ୍ତି ଅସ୍ପଷ୍ଟ ହୋଇଥାଏ । ଏହାସହିତ ଝାପସା ଦେଖାଯିବା ସହିତ ଆଖିତଳ କଳାପଡିଯାଇଥାଏ ।

ବ୍ୟାୟାମ ଦ୍ବାରା କିପରି କମ କରାଯାଇପାରିବ ବ୍ଲଡ ସୁଗାର

ନିଦ୍ରାର ଅଭାବ ହରମୋନର ଅଭିବୃଦ୍ଧିକୁ ହ୍ରାସ କରିବା ସହିତ କର୍ଟିସୋଲ ସ୍ତରକୁ ବୃଦ୍ଧି କରିପାରେ । ରକ୍ତ ଶର୍କରା ନିୟନ୍ତ୍ରଣରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ଅତିକମରେ ସାତରୁ ଆଠ ଘଣ୍ଟା ଗଭୀର ନିଦରେ ଶୋଇବା ଆବଶ୍ୟକ । ନିଜକୁ ହାଇଡ୍ରେଟ୍ ରଖିବା କେବଳ ସ୍ୱାସ୍ଥ୍ୟକୁ ଭଲ ରଖିବ ନାହିଁ ବରଂ ମଧୁମେହକୁ ମଧ୍ୟ ଏଡାଯାଇପାରିବ । ଶରୀରକୁ ହାଇଡ୍ରେଟ କରିବା ଦ୍ୱାରା ବୃକକ୍ ମୂତ୍ର ମାଧ୍ୟମରେ ଅଧିକ ଶର୍କରାକୁ ବାହାର କରିବାରେ ସାହାଯ୍ୟ କରେ ଏବଂ ମଧୁମେହ ହେବାର ଆଶଙ୍କା କମିଯାଏ । କମ୍ ଚାପ ନେବା ରକ୍ତରେ ଶର୍କରା ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ମଧୁମେହ ଆଖି ସମସ୍ୟା ଯଥାଶୀଘ୍ର ନିର୍ଣ୍ଣୟ କରାଯିବା ଉଚିତ୍‌ । ଆଖି ଖରାପର କାରଣ ଖୋଜିବା ଆବଶ୍ୟକ । ଆଖିରେ ସମସ୍ୟା ହେଲେ ଯଥାଶୀଘ୍ର ପରୀକ୍ଷା କରିବା ଆବଶ୍ୟକ । ବିଶେଷଜ୍ଞଙ୍କ ଅନୁଯାୟୀ, ଶରୀରରେ ରକ୍ତ ଶର୍କରା ଅଧିକ ବୃଦ୍ଧି ନହେବା ଯାଏଁ ଶରୀରରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ୨୦ ରୁ ୭୪ ବର୍ଷ ବୟସ୍କ ବୟସ୍କମାନଙ୍କଠାରେ ମଧୁମେହ ହେଉଛି ଦୃଷ୍ଟିହୀନତାର ମୁଖ୍ୟ କାରଣ । ମୁଣ୍ଡବ୍ୟଥା, ଆଖିରେ ଯନ୍ତ୍ରଣା କିମ୍ବା ଝାପସା ଦେଖାଯିବା, ଆଖିରେ ଉଜ୍ଜ୍ୱଳତା ମଧୁମେହର ଲକ୍ଷଣ ହୋଇପାରେ।

Get real time updates directly on you device, subscribe now.