ହାଇକୋର୍ଟଙ୍କ ଐତିହାସିକ ରାୟ: ଏସିଡ୍ ଆଟାକ୍, ଗଣବଳାତ୍କାର ପୀଡ଼ିତାଙ୍କ ପାଇଁ ମାଗଣା ଚିକିତ୍ସା ଵ୍ୟଵସ୍ଥା, ଉଭୟ ସରକାର ହୁଅନ୍ତୁ ସତର୍କ

ନୂଆଦିଲ୍ଲୀ: ବଳାକ୍ରାର, ଏସିଡ୍ ଅଟାକ୍କ ପୀଡ଼ିତା ଏବଂ ପୋକ୍ସୋ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି । ଏହି ଐତିହାସିକ ଫୈସଲାରେ କୋର୍ଟ କହିଛନ୍ତି, ପୀଡ଼ିତାଙ୍କୁୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନା ସାଙ୍ଗକୁ ନର୍ସିଂହୋମ୍ର ମାଗଣା ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି । ଜଷ୍ଟିସ୍ ପ୍ରତିଭା ସିଂ ଏବଂ ଜଷ୍ଟିସ୍ ଅମିତ ଶର୍ମାଙ୍କ ଦ୍ୱାରା ଗଠିତ ବେଞ୍ଚ ଏ ନେଇ ଏକାଧିକ ନିର୍ଦ୍ଦେଶ ଜାରି କରିଛନ୍ତି । ପୀଡ଼ିତାଙ୍କ ଚିକିତ୍ସାରେ ଫାଷ୍ଟେଡରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଡାଇଗ୍ନୋଷ୍ଟିକ୍ ସାଙ୍ଗକୁ ସର୍ଜରୀ, ମେଣ୍ଟାଲ ଓ ଫ୍ୟାମିଲି କାଉଂନସେଲିଂ ମଧ୍ୟ ମାଗଣା ଚିକିତ୍ସାରେ ଆନ୍ତର୍ଭୁକ୍ତ ହେବା ଆବଶ୍ୟକ ।

କେନ୍ଦ୍ର ସରକାର ଏବଂ ସବୁ ରାଜ୍ୟର ସରକାର ଏ ନେଇ ପ୍ରତ୍ୟେକ ସରକାରୀ, ବେସରକାରୀ, ନର୍ସିଂହୋମ୍ ଏବଂ କ୍ଲନିକକୁ ପୀଡ଼ିତାଙ୍କ ମାଗଣା ଚିକିତ୍ସା ନେଇ ନିର୍ଦ୍ଦେଶନାମା ଜରି କରିବା ଆବଶ୍ୟକ । ଯଦି ହସ୍ପିଟାଲକୁ ଏପରି କୌଣସି ମାମଲା ଯାଏ, ତେବେ ତୁରନ୍ତ କର୍ତ୍ତୃପକ୍ଷ ପୀଡ଼ିତାଙ୍କ ଚିକିତ୍ସା ଆରମ୍ଭ କରିବା ଦରକାର । ଦରକାର ପଡ଼ିଲେ ପୀଡ଼ିତାଙ୍କ ପ୍ରେଗନାନ୍ସି ଟେଷ୍ଟ ମଧ୍ୟ କରାଯିବା ଆବଶ୍ୟକ । ଏ ନେଇ ମେଡିକାଲଗୁଡ଼ିକରେ ବୋର୍ଡ ଲଗାଇବାକୁ ପଡ଼ିବ । ଯେଉଁଥିରେ ଲେଖାଯିବ, ନିର୍ଯାତନା, ବଳାକ୍ରାର, ଗଣବଳାକ୍ରାର, ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତଙ୍କ ପାଇଁ ଫ୍ରି ଟ୍ରିଟମେଣ୍ଟ ଉପଲବ୍ଧ ଅଛି । ହାଇକୋର୍ଟ ବେଞ୍ଚ ପୋକ୍ସୋ ମାମଲାର ଶୁଣାଣିବେଳେ ଏ ନିର୍ଦ୍ଦେଶ ଜାରି କରିଛନ୍ତି ।