fbpx
BSKY
BJD MC SKY
BJD MS SKY

(Video)ନିୟମିତ ଭାବେ ମର୍ଣ୍ଣିଂ ୱାକରେ ଯାଉନଥିଲେ, ଏପରି ଘର ଆଗରେ ବାଜା ବଜାଇ ସ୍ୱାଗତ କଲେ ସାଙ୍ଗମାନେ, ଦେଖନ୍ତୁ …

ଓଡିଶା ଭାସ୍କର; କଥାରେ ଅଛି “ସ୍ୱାସ୍ଥ୍ୟ ହିଁ ସମ୍ପଦ” । କାରଣ ଯଦି ଆମର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବ ତାହେଲେ ଆମ ପାଖରେ ଯେତେ ବି ଧନ-ସମ୍ପତ୍ତି ଥିବ ତାହା ମୂଲ୍ୟହୀନ ହୋଇଯିବ । ଏଣୁ ଆମର ସ୍ୱାସ୍ଥ୍ୟ ହିଁ ହେଉଛି ଦୁନିଆରେ ସବୁଠାରୁ ମୂଲ୍ୟବାନ । ଆପଣ ଯେକୌଣସି ବୟସରେ ବି ନିଜକୁ ସୁସ୍ଥ ରଖିପାରିବେ । ଏଥିପାଇଁ ଆପଣଙ୍କୁ ଭଲ ଖାଦ୍ୟ ସାଙ୍ଗକୁ ଦୈନଦିନ ପରିଶ୍ରମ ବା ୱାର୍କଆଉଟ କରିବାକୁ ପଡିବ ।

ତେବେ ଆପଣମାନେ ଦେଖିଥିବେ ବୃଦ୍ଧ ଅବସ୍ଥାରେ ବି ଅନେକ ଜଣ ପ୍ରତ୍ୟେକ ଦିନ ନିୟମିତ ଭାବେ ୱାର୍କଆଉଟ ବା ମର୍ଣ୍ଣିଂ ୱାକ କରିଥାନ୍ତି । ସେହିପରି କିଛି ଲୋକ ମର୍ଣ୍ଣିଂ ୱାକକୁ ଯାଉଥିଲେ ବି ନିୟମିତ ଭାବେ ଯାଇନଥାନ୍ତି । ନିଜର ଇଛାଶକ୍ତି ଓ ମନୋବଳ ଅଭାବ ଥିବାରୁ ସେମାନେ ମର୍ଣ୍ଣିଂ ୱାକ ନ କରି ଘରେ ଆରାମରେ ଶୋଇ ରହିଥାନ୍ତି । ଠିକ ଏହିଭଳି ଜଣେ ବ୍ୟକ୍ତି ନିଜର ଇଛା ଶକ୍ତି ଅଭାବରୁ ନିୟମିତ ଭାବେ ମର୍ଣ୍ଣିଂ ୱାକରେ ଯାଉନଥିଲେ । ଫଳରେ ତାଙ୍କ ସାଙ୍ଗ ମାନେ ତାଙ୍କୁ ନିୟମିତ ଭାବେ ମର୍ଣ୍ଣିଂ ୱାକକୁ ଯିବା ପାଇଁ ଏଭଳି ଏକ ତରିକାରେ ନିମନ୍ତ୍ରଣ କରିଛନ୍ତି ଯାହାକୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି । ତାଙ୍କର ସାଙ୍ଗ ମାନେ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଏବେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।

ତେବେ ଭିଡିଓରେ ଦେଖା ଦେଇଛି ଯେ ଜଣେ ବ୍ୟକ୍ତି ମର୍ଣ୍ଣିଂ ୱାକକୁ ନଯାଇ ଘରେ ଶୋଇ ରହିଛନ୍ତି । ସକାଳୁ ସକାଳୁ ତାଙ୍କର କିଛି ସାଙ୍ଗମାନେ ତାଙ୍କ ଘର ସାମ୍ନାରେ ଆସି ବ୍ୟାଣ୍ଡ ବାଜା ବଜାଇ ତାଙ୍କର ନିଦ ଭାଙ୍ଗିଛନ୍ତି । ଏହା ପରେ ମର୍ଣ୍ଣିଂ ୱାକକୁ ଯାଇନଥିବା ସାଙ୍ଗ ନିଦରୁ ଉଠି ବାହାରକୁ ଆସି ସାଙ୍ଗମାନଙ୍କୁ ଦେଖି ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି । ଏହା ସହ ସମସ୍ତ ସାଙ୍ଗମାନେ ତାଙ୍କୁ ନିୟମିତ ଭାବେ ମର୍ଣ୍ଣିଂ ୱାକକୁ ଯିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଭିଡିଓରେ ସମସ୍ତ ସାଙ୍ଗ ମାନେ ମର୍ଣ୍ଣିଂ ୱାକର ଡ୍ରେସକୋଡ଼ରେ ଆସି ତାଙ୍କୁ ନିମନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି କୌତୁହଳ ଉପାୟରେ ହୋଇଥିଲେ ବି ସାଙ୍ଗଙ୍କୁ ନିମନ୍ତ୍ରଣ କରିବାର ତରିକା ଖୁବ ଗ୍ରହଣୀୟ ହୋଇଛି । ନିଜର ସାଙ୍ଗକୁ ସୁସ୍ଥ ରଖିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସାଙ୍ଗକୁ ସମସ୍ତେ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭଡ଼ିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

 

Get real time updates directly on you device, subscribe now.