fbpx

ମହଙ୍ଗା ପଡିଲା ଫେସବୁକ ବନ୍ଧୁତା: ଅଶ୍ଲୀଳ ଭିଡ଼ିଓ କରି ଏବେ ଯୁବତୀ କରୁଛନ୍ତି ….

ନୂଆଦିଲ୍ଲୀ: ଆଜିକାଲି କୋଟି କୋଟି ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆର ବ୍ୟବହାର ବଢ଼ୁଥିବା ସହ ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ଏପରି ଏକ ମାମଲା ନୋଏଡାର ସେକ୍ଟର ୪୧ରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକଙ୍କ ପାଇଁ ଫେସବୁକରେ ମହିଳାଙ୍କ ସହ ବନ୍ଧୁତା କରିବା ମହଙ୍ଗା ପଡିଛି ।

ତେବେ କିଛି ମାସ ପୂର୍ବରୁ ଯୁବକଙ୍କୁ ଏକ ଅଜଣା ମହିଳାଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା । ଯୁବକ ଜଣକ ରିକ୍ୱେଷ୍ଟକୁ ଗ୍ରହର କରିବା ସହ ମହିଳାଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆଗକୁ ବଢ଼ିଥିଲା ଓ ସମ୍ପର୍କ ଆହୁରି ଗଭୀର ହେବାକୁ ଲାଗିଲା । ପରେ ମହିଳା ଜଣକ ଯୁବକଙ୍କ ଅସହଜ ଅବସ୍ଥାରେ ଭିଡିଓ କଲ ରେକର୍ଡିଂ କରି ବ୍ଲାକମେଲ କରିବା ଆରମ୍ଭ କରିଦେଲେ ।

ଟଙ୍କା ନଦେଲେ ଏହି ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ମହିଳା ଜଣକ ଯୁବକଙ୍କୁ ଧମକ ଦେଇଥିଲେ । ଏଥିରେ ଡରି ଯାଇ ଶେଷରେ ଯୁବକ ଜଣକ ଥାନାରେ ମାମଲା ରୁଜୁ କରିଛନ୍ତି । ପୋଲିସ ଏହି ଘଟଣାରେ ତଦନ୍ତ କରୁଛି । ଜଣାପଡିଛି କି, ମହିଳା ଜଣକ ଫେସବୁକରେ ଏପରି ଅନେକ ଲୋକଙ୍କୁ ନିଜର ଶିକାର କରି ଟଙ୍କା ଲୁଟୁଛି ।

Get real time updates directly on you device, subscribe now.