fbpx

Friendship Tips: ବନ୍ଧୁତ୍ୱରେ ଫାଟ ସୃଷ୍ଟି କରିପାରେ ଆପଣଙ୍କ ଏହି ଭୁଲ, ସମୟ ଥାଉ ଥାଉ ସୁଧାରି ନିଅନ୍ତୁ

ଓଡ଼ିଶା ଭାସ୍କର: ବନ୍ଧୁତାର ସମ୍ପର୍କ ବହୁତ ନିଆରା ଏବଂ ଖାସ୍ ଅଟେ । ଜଣେ ବନ୍ଧୁ ସାମ୍ନାରେ ଆମେ ନିଶ୍ଚିନ୍ତରେ ମନ କଥା ପ୍ରକାଶ କରିଥାଉ । ବିପଦ- ଆପଦ ସମୟରେ ବନ୍ଧୁ ସାହା ହୋଇଥାନ୍ତି । ସେମାନଙ୍କ ସାନିଧ୍ୟରେ ଆମେ ନିଜକୁ ମଜବୁତ ମନେ କରିଥାଉ । ଜୀବନରେ ଯେତେ ବାଧାବିଘ୍ନ ଆସିଲେ ବି ରିସ୍କ ନେବା ପାଇଁ ପଛଘୁଞ୍ଚା ଦେଇନଥାଉ । ବନ୍ଧୁତ୍ୱ ମଧ୍ୟରେ ଯେତେବି ରାଗ, ରୁଷା, ମାନ, ଅଭିମାନ ଓ ତିକ୍ତତା ଥିଲେ ବି ସମୟ ସହ ତାହା ମନରୁ ଅପସରି ଯାଏ । ଜଣେ ଉତ୍ତମ ବନ୍ଧୁ ଆମ ଜୀବନରେ କୌଣସି ସମ୍ପତ୍ତି ଠାରୁ କମ୍ ନୁହେଁ । ତେଣୁ ବନ୍ଧୁତା କେବଳ ଏକ ଶବ୍ଦ ନୁହେଁ ବରଂ ଜୀବନରେ ଏହାର ଗୁରୁତ୍ୱ ଭିନ୍ନ ଅଟେ ।

କୌଣସି ସମ୍ପର୍କ ପ୍ରେମ ଓ ବିଶ୍ୱାସ ଆଧାରରେ ତିଷ୍ଟି ଥାଏ । କିନ୍ତୁ ଅଧିକାଂଶ ବ୍ୟକ୍ତି ଏଥିରେ ଖିଲାପ୍ କରୁଛନ୍ତି । ବନ୍ଧୁତାର ମଧ୍ୟ କିଛି ନିୟମ ରହିଛି । ଏହି ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଛୋଟ ଛୋଟ କଥା ଗୁରୁତ୍ୱ ରଖିଥାଏ । ବେଳେ ବେଳେ ଆମେ ବନ୍ଧୁତ୍ୱରେ ଏପରି ଭୁଲ କରିଥାଉ ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ସୁନ୍ଦର ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ଜଣେ ଉତ୍ତମ ବନ୍ଧୁ ହିସାବରେ କେଉଁ ସବୁ ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ ।

I Don't Have Many Friends, But I Have True Friendship - Her View From Home

୧. ଅବହେଳା କରନ୍ତୁ ନାହିଁ: ନୂଆ ବନ୍ଧୁଙ୍କ ପାଇଁ ପୁରୁଣା ବନ୍ଧୁଙ୍କୁ କେବେ ବି ଅଣଦେଖା କରନ୍ତୁ ନାହିଁ । ମନେ ରଖନ୍ତୁ ଆପଣ ପ୍ରତିଷ୍ଠିତ ନଥିବା ସମୟରେ ପୁରୁଣା ବନ୍ଧୁ ଆପଣଙ୍କ ସହ ଛିଡ଼ା ହୋଇଥିଲେ । ପୁରୁଣା ସାଙ୍ଗଙ୍କୁ କେବେ ବି ଗୁରୁତ୍ୱହୀନ ଅନୁଭବ ହେବାକୁ ଦିଅନ୍ତୁ ନାହିଁ । ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ, ଗୁଣାତ୍ମକ ସମୟ ବିତାନ୍ତୁ । ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ଆହୁରୀ ଦୃଢ଼ ହୋଇଥାଏ । ଆଜିକାଲି ପ୍ରାୟ ସମସ୍ତେ ମତଲବ ପାଇଁ ବନ୍ଧୁତା ସ୍ଥାପନ କରିଥାନ୍ତି । ତେଣୁ ଜଗି ରଖି ଲୋକଙ୍କ ସହ ମିଶନ୍ତୁ ।

୨. ଶୁଣା କଥା ଉପରେ ବିଶ୍ୱାସ କରନ୍ତୁ ନାହିଁ: ଅଧିକାଂଶ ବ୍ୟକ୍ତି ବାହାରୁ ଶୁଣିଥିବା କଥା ଆଧାରରେ ନିଜ ବନ୍ଧୁ ଉପରେ ସନ୍ଦେହ କରିଥାନ୍ତି । ସେମାନଙ୍କ ପ୍ରତି ମନରେ ଅନେକ ଭ୍ରାନ୍ତ ଧାରଣା ନେଇ ଜୀଇଁଥାନ୍ତି । ନିଜ ଭାବନା ବନ୍ଧୁଙ୍କ ସାମ୍ନାରେ ପ୍ରକାଶ ନ କରି ସମ୍ପର୍କରୁ ଦୂରେଇ ଯାଇଥାନ୍ତି । ଏଭଳି ସ୍ଥିତିରେ ଲୋକଙ୍କ କଥାକୁ ଗୁରୁତ୍ୱ ନ ଦେଇ ପ୍ରଥମେ ବନ୍ଧୁଙ୍କ ସହ କଥାବାର୍ତ୍ତା କରନ୍ତୁ । ନିଜ ଭିତରେ ମାମଲାର ସମାଧାନ କରନ୍ତୁ । ଅପରପକ୍ଷରେ କାହା ଉପରେ ଅନ୍ଧବିଶ୍ୱାସ କରନ୍ତୁ ନାହିଁ । ଟିକିଏ ସତର୍କତା ଅବଲମ୍ବନ କରନ୍ତୁ ।

୩. ଭୁଲକୁ ସମର୍ଥନ କରନ୍ତୁ ନାହିଁ: ଜଣେ ଉତ୍ତମ ବନ୍ଧୁର କର୍ତ୍ତବ୍ୟ ହେଉଛି ଅନ୍ୟ ବନ୍ଧୁର ଉଚିତ ମାର୍ଗଦର୍ଶନ କରାଇବା । ଅପଣଙ୍କ ବନ୍ଧୁ ଭୁଲ ରାସ୍ତାରେ ଯାଉଥିଲେ ଏବଂ ଆପଣଙ୍କୁ ଏଥିପାଇଁ ପ୍ରବର୍ତ୍ତାଉଥିଲେ ଏହାର ବିରୋଧ କରନ୍ତୁ । ଆବଶ୍ୟକ ହେଲେ ମାତା ପିତାଙ୍କ ସହ କଥାବାର୍ତ୍ତା କରନ୍ତୁ ।

10 Activities to Celebrate International Friendship Day - EuroSchool

୪. କଥା ସ୍ପଷ୍ଟ କରନ୍ତୁ: ଅନେକ ସମୟରେ ସାଙ୍ଗମାନେ ବୁଲାବୁଲି ପ୍ଲାନ୍ କରିଥାନ୍ତି । ଏମିତିରେ ପରିବାର କିମ୍ବା ସମ୍ପର୍କୀୟଙ୍କ ସହ ଅନ୍ୟ କିଛି ଯୋଜନା ଥିଲେ ପୂର୍ବରୁ ସ୍ପଷ୍ଟ କରିଦିଅନ୍ତୁ । ସବୁବେଳେ ସାଙ୍ଗମାନଙ୍କ ସହ ପ୍ଲାନ୍ କ୍ୟାନସେଲ କରିବା ଭଲ ନୁହେଁ । ଏହା ବ୍ୟତୀତ କୌଣସି ବନ୍ଧୁଙ୍କ ଠାରୁ ଟଙ୍କା ପଇସା କାରବାର ଥିଲେ ରେଜିଷ୍ଟର ମେଣ୍ଟେନ୍ କରନ୍ତୁ ଏବଂ ତତ୍ ସମ୍ବନ୍ଧୀୟ ସମସ୍ତ ଦ୍ୱନ୍ଦ ଦୂର କରନ୍ତୁ । ଉଭୟଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ରହିଲେ ବନ୍ଧୁତା ଉପରେ କେବେ ଆଞ୍ଚ୍ ଆସିନଥାଏ ।

୫. ମିଛ କୁହନ୍ତୁ ନାହିଁ: ମିଛର ସାହାରା ନେଇ କୌଣସି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିନଥାଏ । ଆଜି ଆପଣ ମିଛ କହି ବନ୍ଧୁଙ୍କ ନଜରରୁ ବର୍ତ୍ତିଯାଇ ପାରନ୍ତି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ସେମାନଙ୍କୁ ଅଧିକ ଆଘାତ ଦେଇଥାଏ । ମିଛ ସମ୍ପର୍କକୁ ଦୁର୍ବଳ କରିଥାଏ । ଆପଣଙ୍କ ବନ୍ଧୁତା ଯଦି ପ୍ରକୃତରେ ସତ ଥିବ ତେବେ ସେ ଆପଣଙ୍କୁ ବୁଝିବା ପାଇଁ ଚେଷ୍ଟା କରିବେ । ବିନା କାରଣରେ ମିଛ କହି ସାଙ୍ଗଙ୍କୁ ଠକନ୍ତୁ ନାହିଁ । ସତ କହିଲେ କେବଳ ସେହି ମୁହୂର୍ତ୍ତ ପାଇଁ ଆପଣଙ୍କ ସାଙ୍ଗଙ୍କୁ ଆଘାତ ଲାଗିପାରେ ସତ କିନ୍ତୁ ତାଙ୍କୁ ନଜରରେ ଆପଣ ସଚ୍ଚୋଟ ରହିବେ ।

୬. ଷ୍ଟାଟସ୍ ଦେଖି ବନ୍ଧୁତା କରନ୍ତୁ ନାହିଁ: ବନ୍ଧୁତାରେ ଧନୀ- ଗରିବ, ଜାତି, ଧର୍ମ ଆଦିର କୌଣସି ସ୍ଥାନ ନଥାଏ । ବନ୍ଧୁତା ହୃଦୟର ସମ୍ପର୍କ । ଜୀବନରେ ପରିସ୍ଥିତି ସବୁବେଳେ ବଦଳୁଥାଏ କିନ୍ତୁ ପ୍ରକୃତ ବନ୍ଧୁ ବିପଦ ଆପଦ ବେଳେ ଆପଣଙ୍କ ସହ ଛିଡ଼ା ହୋଇଥାଏ । କୌଣସି ପ୍ରକାର ପରିସ୍ଥିତି ବନ୍ଧୁତାର ସମ୍ପର୍କକୁ ମଳିନ କରିନଥାଏ । ଯେଉଁମାନେ ଷ୍ଟାଟସ୍ ଦେଖି ବନ୍ଧୁତା କରନ୍ତି ତାହା କେବଳ ସ୍ୱଳ୍ପ ସମୟ ପାଇଁ ରହିଥାଏ ।

Get real time updates directly on you device, subscribe now.