୧୬ରୁ ସ୍ୱର୍ଗଦ୍ୱାରରେ ଶବସତ୍କାର

ପୁରୀ: ୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦ୍ୱାର । ପୁରୀବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି । କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ମୃତକଙ୍କ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଏହା ସହ ଶନିବାର, ରବିବାର ସଟଡାଉନରେ ମଧ୍ୟ ହୋଇପାରିବ ଶବଦାହ । ଏନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।

ସଂପ୍ରତି କରୋନା ମହାମାରୀର ଦ୍ୱିତୀୟ ଲହର କାରଣରୁ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କୁ ଶବଦାହ ପାଇଁ ବାରଣ କରାଯାଇଛି । ତେବେ ବର୍ତ୍ତମାନ କୋଭିଡ୍ ସଂକ୍ରମଣରେ ହ୍ରାସ ପରେ ପୁଣିଥରେ ଅନ୍ୟ ଜିଲ୍ଲାର ଲୋକଙ୍କୁ ଶବଦାହ ପାଇଁ ଅନୁମତି ଦିଆଯାଇଛି ।