fbpx

ପ୍ରେମିକ ଅଲିମ୍ପିକ୍ ପଦକ ଜିତି ଫେମସ ହେବା ପରେ…. ବ୍ରେକ୍ ଅପ ପାଇଁ ପଶ୍ଚାତାପ କରୁଛନ୍ତି ପୂର୍ବତନ ପ୍ରେମିକା

ନୂଆଦିଲ୍ଲୀ: ବ୍ରେକଅପ୍ର ୫ ବର୍ଷ ପରେ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି ନ୍ୟୁଜିଲାଣ୍ଡ ଆଥଲେଟ । ନ୍ୟୁଜିଲାଣ୍ଡ ଆଥଲେଟ ହେଡନ ୱାଇଲ୍ଡ ଟୋକିଓ-୨୦୨୦ରେ ବ୍ରୋଞ୍ଜ ପଦକ ଜିତିବା ସହିତ ନିଜର ପୂର୍ବତନ ପ୍ରେମିକାଙ୍କ ଠାରୁ ମଧୁର ପ୍ରତିଶୋଧ ନେଇଛନ୍ତି । ହେଡନ ଟ୍ରାଇଥାଲନରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ । ହେଡନଙ୍କ ବିଜୟ ପରେ ବ୍ରେକ୍ ଅପ ପାଇଁ ସେ ଦୁଃଖିତ ବୋଲି ତାଙ୍କର ପୂର୍ବତନ ପ୍ରେମିକା ପ୍ରକାଶ କରିଥିଲେ ।

ଟୋକିଓରେ ହେଡନ ବ୍ରୋଞ୍ଜ ପଦକ ଜିତିବା ପରେ ନ୍ୟୁଜିଲାଣ୍ଡର ଟିଭି ଚ୍ୟାନେଲ ୱାନ ନିୟୁଜ ପକ୍ଷରୁ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଅଲିମ୍ପିକ୍ସରେ ନ୍ୟୁଜିଲାଣ୍ଡର ପଦକ ଖାତା ଖୋଲିଥିବାରୁ କିଭଳି ଅନୁଭବ କରୁଛନ୍ତି ବୋଲି ଲୋକଙ୍କ ପ୍ରତିକ୍ରିୟା ନେଉଥିଲା ଚ୍ୟାନେଲ । ହେଡନଙ୍କ ଘର ପାଖାପାଖି ବେ ଅଫ ପ୍ଲେଣ୍ଟି ଅଞ୍ଚଳରେ ଏଭଳି ଏକ କାର୍ଯ୍ୟକ୍ରମରେ ସାମ୍ନାକୁ ଆସନ୍ତି ଏହି ଯୁବତୀ । ହେଡନଙ୍କ ସହିତ ବ୍ରେକ୍ ଅପ ପାଇଁ ସେ ଦୁଃଖିତ ବୋଲି ପ୍ରକାଶ କରିଛନ୍ତି ଯୁବତୀ ଜଣକ । ମୁଁ ହେଡନଙ୍କ ସହିତ ପ୍ରାଇମେରୀ ସ୍କୁଲ ଯାଇଥିବା ବେଳେ ଏହି କୃତିତ୍ୱ ପାଇଁ ମୁଁ ଗର୍ବିତ ।

Get real time updates directly on you device, subscribe now.