fbpx

ଟିକା ନେବା ପାଇଁ ୨୦ ବର୍ଷ ପରେ ସର୍ବିଆ ଗୁମ୍ଫାରୁ ବାହାରିଲେ ଏହି ବ୍ୟକ୍ତି, ଟିକାକରଣ ପରେ କହିଲେ ଏପରି

ନୂଆଦିଲ୍ଲୀ: ଗୋଟେ ପଟେ ଯେଉଁଠି କରୋନା ମହାମାରୀ ପାଇଁ ପୃଥିବୀର ଲୋକମାନେ ଟିକା ଉପରେ ଭରସା କରୁଛନ୍ତି । ଅନ୍ୟପଟେ ଟିକା ନେବାକୁ କିଛି ଲୋକ ପଛଘୁଞ୍ଚା ଦେଉଛନ୍ତି । ହେଲେ ଟିକା ନେବାପାଇଁ ସର୍ବିୟାର ପାହାଡ଼କୁ ନିଜ ଘର କରିଥିବା ଜଣେ ବ୍ୟକ୍ତି ୨୦ ବର୍ଷ ପରେ ଗୁମ୍ଫାରୁ ବାହାରକୁ ଆସିଛି । ଏବେ ଏହି ବ୍ୟକ୍ତିକୁ ଅନେକ ଆଡ଼ୁ ପ୍ରଶଂସା କରାଯାଉଛି । ୭୦ ବର୍ଷିୟ ପେଣ୍ଟା ପେଟ୍ରୋଭିକ୍ ପାଖାପାଖି ୨ଦଶକ ପୂର୍ବରୁ ସାଧାରଣ ଜୀବନଯାପନ ଛାଡ଼ି ଗୁମ୍ଫାରେ ରହିବାକୁ ଚାଲି ଯାଇଥିଲେ । ସେବେଠାରୁ ଏହି ଗୁମ୍ଫାରେ ସେ ରହିଆସୁଛନ୍ତି । ଆଉ ଏବେ ସେ ବାହାରକୁ ଆସିଛନ୍ତି କେବଳ ମାତ୍ର ଟିକା ନେବା ପାଇଁ ।

ପେଣ୍ଟା ପେଟ୍ରୋଭିକ୍ ଶୁକ୍ରବାର ଦିନ ଟିକା ପ୍ରଥମ ଡୋଜ୍ ନେଇଛନ୍ତି । ଏହି ସମୟରେ ସେ ଲୋକମାନଙ୍କୁ ଅପିଲ୍ କରିଛନ୍ତି ଯେ, ମୁଁ ବୁଝିପାରୁନି ଯେ, ଲୋକମାନେ ଟିକା ନେବା ପାଇଁ କାହିଁକି ପଛଘୁଞ୍ଚା ଦେଉଛନ୍ତି । ମୁଁ ସମସ୍ତ୍କୁ ଅପିଲ୍ କରୁଛି ଯେ, ମୋ ଭଳି ଆଗକୁ ଆସି ଟିକା ନିଅନ୍ତୁ । ତେବେ ସେ ସର୍ବିଆରେ ଗୁମ୍ଫାରେ ରହୁଥିବାବେଳେ ତାଙ୍କର ସାଙ୍ଗ ମାନଙ୍କ ତାଲିକା ଖୁବ୍ ଲମ୍ବା ।

ପେଣ୍ଟା ପେଟ୍ରୋଭିକ୍ ପର୍ବତ ଉପରେ ନିର୍ମିତ ଏକ ସଂକୀର୍ଣ୍ଣ ଗୁମ୍ଫାରେ ବାସ କରନ୍ତି । ତାଙ୍କର ସାଙ୍ଗମାନଙ୍କ ତାଲିକା ବହୁତ ଲମ୍ବା, କିନ୍ତୁ ତାଙ୍କ ହୃଦୟର ନିକଟତର ହେଉଛି ଏକ ବଣୁଆ ଘୁଷୁରୀ, ଯାହାର ନାମ ସେ ମାରା ରଖିଛନ୍ତି । ଏଥିସହ, ପେଟ୍ରୋଭିକ୍ ଙ୍କ ସାଙ୍ଗମାନଙ୍କ ତାଲିକାେରେ କୁକୁଡ଼ା ଛେଳି ମଧ୍ୟ ରହିଛନ୍ତି । ପେଟ୍ରୋଭିକ୍ ସର୍ବସାଧାରଣରେ ରହିବାକୁ ପସନ୍ଦ କରନ୍ତି ନାହିଁ, ସେ ନିଜର ସମସ୍ତ ସମୟ ପଶୁପକ୍ଷୀ ମାନଙ୍କ ମଧ୍ୟରେ ବିତାନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ଟିକା ପାଇବା ପାଇଁ ଗୁମ୍ଫାରୁ ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛି।

Get real time updates directly on you device, subscribe now.