fbpx

ଖୁବଶୀଘ୍ର୧୮ ବର୍ଷରୁ କମ ବୟସର ୟୁଜର୍ସ ଗୁଗଲ ସର୍ଚ୍ଚ ରେଜଲ୍ଟରୁ ହଟାଇପାରିବେ ନିଜ ଫଟୋ

ନୂଆଦିଲ୍ଲୀ: ଟେକ କମ୍ପାନୀ ଗୁଗଲ ଏହାର ପ୍ରାଇଭେସୀ ପଲିସିକୁ ଅପଡେଟ କରିବାକୁ ଯାଉଛି । ଏହାଦ୍ୱାରା ୧୮ ବର୍ଷରୁ କମ ବୟସର ୟୁଜର୍ସଙ୍କ ଫଟୋକୁ ପ୍ଲାଟଫର୍ମରୁ ହଟାଯାଇପାରିବ । ଏଥିପାଇଁ ପିଲା କିମ୍ବା ତାଙ୍କ ଅଭିଭାବକ ରିକ୍ୱେଷ୍ଟ କରିପାରିବେ । ଏହାଦ୍ୱାରା ଗୁଗଲ ଇମେଜ ସର୍ଚ୍ଚ ରେଜଲ୍ଟରୁ ତାଙ୍କର ଫଟୋ ହଟାଇ ଦିଆଯିବ ।

୧୮ ବର୍ଷରୁ କମ ବୟସର ୟୁଜର୍ସଙ୍କ ଲୋକେସନ ହିଷ୍ଟ୍ରି ଅଫ ରହିବ । ଏହାକୁ ଅନ କରିବାର ଅପ୍ସନ ଦିଆଯିବନାହିଁ । ଗୁଗଲ ଏବେ ୧୩ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଆକାଉଣ୍ଟ ପାଇଁ ଅନୁମତି ଦେଉନାହିଁ । କମ୍ପାନୀ ତରଫରୁ କୁହାଯାଇଛି ଯେ ଏହା ଦ୍ୱାରା ଏହାର ପ୍ଲାଟଫର୍ମକୁ ବ୍ୟବହାର କରିବାରେ ଆହୁରି ସହଜ ହେବ ।

ରିପୋର୍ଟ ଅନୁଯାୟୀ ଆଗାମୀ ସମୟରେ କମ୍ପାନୀ ଏକ ନୂଆ ପ୍ରାଇଭେସୀ ପଲିସି ଆଣିବାକୁ ଯାଉଛି, ଏହାଦ୍ୱାରା ୧୮ ବର୍ଷରୁ କମ ବୟସର ୟୁଜର୍ସ କିମ୍ବା ତାଙ୍କ ଅଭିଭାବକ କିଶୋରମାନଙ୍କ ଫଟୋକୁ ଗୁଗଲ ସର୍ଚ୍ଚ ରେଜଲ୍ଟରୁ ହଟାଇବା ପାଇଁ ରିକ୍ୱେଷ୍ଟ କରିପାରିବେ । ଗୁଗଲ କହିଛି ଯେ ଆଗାମୀ ସମୟରେ ଏହାର ଅନେକ ପ୍ଲାଟଫର୍ମ ଯେମିତିକି ୟୁଟ୍ୟୁବ, ସର୍ଚ୍ଚ, ଆସିଷ୍ଟାଣ୍ଟ ଇତ୍ୟାଦିରେ ପରିବର୍ତ୍ତନ ଆଣିବାକୁଯାଉଛି ।

Get real time updates directly on you device, subscribe now.