fbpx
BJD SKY
BJD SKY

ଅଗଷ୍ଟ ୧୫: ମଲ୍ଟି ଲେୟର୍ ସିକ୍ୟୁରିଟି ଭିତରେ ରାଜଧାନୀ ଦିଲ୍ଲୀ, ଲାଲକିଲ୍ଲାରେ ସାମନାରେ ତିଆରି ହେଲା ଅତୁଟ କାନ୍ଥ

BJD

ନୂଆଦିଲ୍ଲୀ: ୭୫ତମ ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଳୀରେ ସୁରକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗୁଇନ୍ଦା ବିଭାଗର କହିବାନୁଯାୟୀ, ଲାଲକିଲ୍ଲାରେ ଆତଙ୍କବାଦୀଙ୍କ ହମଲା ହୋଇପାରେ । ତେଣୁ ଦିଲ୍ଲୀ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ଠାରେ ତିରଙ୍ଗା ପତାକା ଉତ୍ତୋଳନ କରିବେ ଏବଂ ସାରା ଦେଶ ବାସୀଙ୍କୁ ସମ୍ବୋଧନ କରିବେ । ତେବେ ଏହି ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଯାଇ ଲାଲକିଲ୍ଲାଠାରେ ମଲ୍ଟି ଲେୟର୍ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି ।

ଏଣ୍ଟ୍ରି ଗେଟ୍ ରେ କଣ୍ଟେନର୍ ସବୁକୁ କାନ୍ଥ ପରି ଛିଡ଼ା କରାଯାଇଛି । ଏହାବ୍ୟତୀତ ଏନଏସଜୀ ସ୍ନାଇପର୍ସ, ସ୍ୱାଟ କମାଣ୍ଡୋ, ସାର୍ପ ସୁଟର୍ ସହିତ ସୁରକ୍ଷା ରିଙ୍ଗ୍ କୁ ଲାଲକିଲ୍ଲା ଚାରିପଟରେ ମୁତୟନ କରାଯାଇଛି । ତେବେ ଏପରି ପ୍ରଥମ ଥର ହୋଇଛି ଯେ, ଲାଲକିଲ୍ଳା ସାମନାରେ କଣ୍ଟେନର୍ ଠିଆ କରାଯାଇଛି । ପୂର୍ବରୁ ଏପରି ସୁରକ୍ଷା ବ୍ୟବସ୍ଥା କରାଯାଇନଥିଲା । ଗୁଇନ୍ଦା ବିଭାଗ ପକ୍ଷରୁ କେବଳ ଦିଲ୍ଲୀ ନୂହେଁ ବରଂ ଅନ୍ୟ କିଛି ରାଜ୍ୟ ମାନଙ୍କ ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି । ରାଜଧାନୀର ସୁରକ୍ଷା ପାଇଁ ସିକ୍ୟୁରିଟି ତଥା ସୁରକ୍ଷା ବାହିନୀଙ୍କ ଏକ ଚକ୍ରବ୍ୟୁହ ତିଆରି କରାଯାଇଛି । ଖାଲି ସେତିକି ନୂହେଁ ଲାଲକିଲ୍ଲାର ଏଣ୍ଟ୍ରି ଗେଟ୍ ରେ ଡ୍ରୋନ୍ ରାଡାର୍ ସିଷ୍ଟମ୍ ଲଗାଯାଇଛି । ୫୦୦୦ ଯବାନ ମୂତୟନ କରାଯିବା ସହିତ ୩୦୦ରୁ ଅଧିକ ସିସିଟିଭି ଲଗାଯାଇଛି ।

Get real time updates directly on you device, subscribe now.