fbpx

ବଡ ଧରଣର ଆତଙ୍କୀ ହମଲା ଫେଲ୍; ଜମ୍ମୁ କଶ୍ମୀରରୁ ୪ ଆତଙ୍କୀ ଗିରଫ

ଶ୍ରୀନଗର: ଭାରତୀୟ ସୁରକ୍ଷା ବଳଙ୍କୁ ମିଳିଛି ବଡ ସଫଳତା । ଜମ୍ମୁକାଶ୍ମୀରରୁ ୪ ଜଣ ଆତଙ୍କୀଙ୍କୁ ଗିରଫ କରିବା ସହିତ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନାକୁ ବିଫଳ କରିଛନ୍ତି ସୁରକ୍ଷା ବଳ । ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ଶନିବାର ୪ ଜଣ ଜୈସ ଏ ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହିତ ବିପୁଳ ଆଇଡି ବିସ୍ଫୋରକ ଜବତ କରାଯିବା ସହିତ ଏକ ବଡ ଧରଣର ଆତଙ୍କୀ ଆକ୍ରମଣକୁ ପ୍ରତିହତ କରାଯାଇଛି । ଏହି ଆତଙ୍କୀ ମାନେ ଡ୍ରୋନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାକୁ ଯୋଜନା କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ପୁଲୱାମାର ପ୍ରିଚୁ ଅଞ୍ଚଳରୁ ମୁନ୍ତାଜିର ମଞ୍ଜୁର ନାମକ ଅଭିଯୁକ୍ତକୁ ଗିରଫ କରାଯିବା ସହିତ ଜେରା ପରେ ଅନ୍ୟ ୩ ଆତଙ୍କୀଙ୍କୁ ଗିରଫ କରାଯାଇଥିଲା । ମଞ୍ଜୁର ନିକଟାୂ ଗୋଟିଏ ପିସ୍ତଲ, ୮ ରାଉଣ୍ଡ ଜୀବନ୍ତ ଗୁଳି, ଦୁଇଟି ଚାଇନିଜ୍ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଥିଲା । ଏହା ସହିତ ଆଇଇଡି ବିସ୍ଫୋରକ ସଞ୍ଜୁକ୍ତ କରାଯାଇଥିବା ଏକ ବାଇକ୍ ମଧ୍ୟ ଜବତ କରାଯାଇଥିଲା । ଏହି ସବୁ ସାମଗ୍ରୀ ପରିବହନରେ ବ୍ୟବହୃତ ଏକ ଟ୍ରକ ମଧ୍ୟ ସିଜ କରାଯାଇଛି । ଗିରଫ ଆତଙ୍କୀଙ୍କ ମଧ୍ୟରେ ପାକିସ୍ତାନର ଜଣେ ଜୈସ କମାଣ୍ଡର ରହିଥିବା ଜଣାପଡିଛି ।

Get real time updates directly on you device, subscribe now.