fbpx
BSKY
BJD SHG SKY
BJD YOUTH SKY

ଏପ୍ରିଲ୍ ୨ରୁ ଏହି ଟୋଲ୍ ପ୍ଲାଜାରେ ଦେବାକୁ ପଡିବନି ଟ୍ୟାକ୍ସ, ବିନା ଶୁଳ୍କରେ ଗାଡି ଚାଳକ ଏହି ରୁଟ୍‌ରେ ଯାତାୟତ କରିବେ

ଚଣ୍ଡୀଗଡ: ପଞ୍ଜାବର ଜନତାଙ୍କ ପାଇଁ ଆସିଲା ବଡ ଖୁସି ଖବର । ଭଗବନ୍ତ ମାନ ସରକାର ଜନତାଙ୍କୁ ବଡ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ରାଜ୍ୟରେ ୨ଟି ଟୋଲ୍ ପ୍ଲାଜାକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିରେ ସ୍ଥାନୀୟ ଲୋକଙ୍କ ସହ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ବି ଫାଇଦା ମିଳିବ । ଏବେ ଗାଡି ଚାଳକ ବିନା ଶୁଳ୍କରେ ଏହି ରୁଟ୍‌ରେ ଯାତାୟତ କରିପାରିବ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଶନିବାର କହିଛନ୍ତି ଲୁଧିଆନା-ବରନାଲା ରାଜ୍ୟ ରାଜମାର୍ଗ ଥିବା ୨ ଟୋଲ୍ ପ୍ଲାଜାକୁ ଏପ୍ରିଲ ୨ ତାରିଖରେ ବନ୍ଦ କରି ଦିଆଯିବ । ସେ କହିଛନ୍ତି ରିହାତି ଅବଧି ଶେଷ ହେଉଥିବା କାରଣରୁ ଲୁଧିଆନା ମୁଲାଂପୁର ନିକଟସ୍ଥ ଓ ମେହଲ କଲାଂ ନିକଟସ୍ଥ ଟୋଲ୍ ପ୍ଲାଜା ଏପ୍ରିଲରେ ଏହାର ପରିଚାଳନା ବନ୍ଦ କରିଦେବ । ଲୁଧିଆନା ନିକଟସ୍ଥ ଏହି ରାଜମାର୍ଗ ୫୭.୯୪କିଲୋମିଟର ଲମ୍ବ ଅଟେ ।

ପଞ୍ଜାବ ସରକାରଙ୍କ ପକ୍ଷରୁ ରାଜମାର୍ଗ ବିକାଶ ଲାଗି ୨୦୦୭ରେ ବିଓଟି ଯୋଜନାକୁ ମଞ୍ଜୁରୀ ଦେଇଥିଲେ । ଏହି ପରିଯୋଜନା ଲାଗି ରୋହନ ରାଜଦୀପ ଟୋଲୱେଜ୍ ଲିମିଟେଡ୍ ସହ ୧୭ ବର୍ଷ ପାଇଁ ଏକ ବୁଝାମଣା ହୋଇଥିଲା । ଏବେ ବୁଝାମଣାର ଅବଧି ସମାପ୍ତ ହୋଇଯିବା ପରେ ସରକାରଙ୍କ ପକ୍ଷରୁ ଏହାକୁ ବନ୍ଦ କରାଯିବାକୁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.