fbpx

ଫୋନ ଚାର୍ଜ ହେଲେ ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି! ଜାଣନ୍ତୁ ଠକେଇର ନୂଆ ଫର୍ମୁଲା, ସରକାର ଜାରି କଲେ ଆଲର୍ଟ

Advertisement

ନୂଆଦିଲ୍ଲୀ: ଆଜିକାଲି ଅନେକ ଉପାୟରେ ହେଉଛି ଠକେଇ । ଏ ନେଇ ଭାରତ ସରକାର ସ୍ମାର୍ଟଫୋନ ବା ଲ୍ୟାପଟପ ୟୁଜର୍ସଙ୍କୁ ୟୁଏସବି ସ୍କାମ ବିଷୟରେ ଚେତାବନୀ ଦେଇଛନ୍ତି । CERT-In ର ଲାଟେଷ୍ଟ ରିପୋର୍ଟ ଅନୁଯାୟୀ, ସାଇବର ଠକେଇକୁ ସୁରକ୍ଷିତ ରହିବା ଲାଗି ଭାରତ ସରକାର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଏଜେନ୍ସି ଖୁଲାସା କରିଛନ୍ତି ଯେ, ସାଇବର ଅପରାଧୀ ମ୍ୟାଲିସିୟମ ଆକ୍ଟିଭିଟୀ ପାଇଁ ଏୟାରପୋର୍ଟ, କ୍ୟାଫେ. ହୋଟେଲ, ବସ ଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ପବ୍ଲିକ ପ୍ଲେସ ଇନଷ୍ଟଲ କରାଯାଇଥିବା ୟୁଏସବି ଚାର୍ଜିଂ ପୋର୍ଟର ବ୍ୟବହାର କରିପାରିବେ ।

ସ୍କାମର୍ସ ପବ୍ଲିକ ଚାର୍ଜିଙ୍ଗରେ ପାସୱାର୍ଡ ଏବଂ ବ୍ୟାଙ୍କ ଡିଟେଲ୍ସ ପରି ଡାଟା ଟ୍ରନ୍ସଫର କରିବାରେ ସକ୍ଷମ ହେଉଛନ୍ତି । ବର୍ତ୍ତମାନ ଏପରି ବିପଦପୂର୍ଣ୍ଣ ଚାର୍ଜିଂ ଷ୍ଟେସନରେ ନିଜ ଡିଭାଇକୁ ପ୍ଲଗ ଇନ କରନ୍ତି, ତେବେ ସଫ୍ଟୱେୟାର ବା ହଇବେୟର ଆପଣଙ୍କ ଡିଭାଇସରୁ ଡାଟା ଚୋରି କରିପାରିବେ ।

ସବୁଠାରୁ ବିପଦପୂର୍ଣ୍ଣ ହେଉଛି, ହ୍ୟାକର୍ସ ମେଲବେୟର ଇଜେକ୍ଟ ମଧ୍ୟ କରି ପାରନ୍ତି । ଯାହା ସ୍କାମର୍ସଙ୍କୁ ନିଜ ଡିଭାଇସର କଣ୍ଟ୍ରୋଲ ଆଣିବାକୁ ଅନୁମତି ଦେଇଥିଲେ । ଥରେ ଯେବେ ତାଙ୍କର କଣ୍ଟ୍ରୋଲକୁ ଆସିଥାଏ ତେବେ ଅପରାଧୀ ଆକ୍ସେସ ଦେବା ଲାଗି ମୁକ୍ତି ପାଇଁ ଦାବି କରନ୍ତି ।

Get real time updates directly on you device, subscribe now.