fbpx

ଚଳିତ ସପ୍ତାହରେ ଓଟିଟିରେ ଧମାକା କରିବ ଏହି ୫ଟି ଫିଲ୍ମ, ଦେଖନ୍ତୁ ପୂରା ଲିଷ୍ଟ

ମୁମ୍ବାଇ: କରୋନା ମହାମାରୀ ପରଠାରୁ ଓଟିଟି ପ୍ଲାଟଫର୍ମର ପ୍ରାଧାନ୍ୟ ଖୁବ୍ ବଢ଼ିଛି । ବଡ଼ ବଡ଼ ଷ୍ଟାର୍ ମାନେ ଓଟିଟିରେ ଫିଲ୍ମ ରିଲିଜ୍ କରାଉଛନ୍ତି । କେବଳ ଫିଲ୍ମ ନୂହେଁ ବରଂ ୱେବସିରିଜ୍ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଉଛି । ତେଣୁ ଦର୍ଶକ ମାନେ ମଧ୍ୟ ଏବେ ଓଟିଟି ପ୍ଲାଟଫର୍ମ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ତେବେ ଚଳିତ ସପ୍ତାହରେ ଅର୍ଥାତ୍ ନଭେମ୍ବର ୧୫ ତାରିଖରୁ ୨୧ ତାରିଖ ଭିତରେ ଓଟିଟିରେ ଧମାଲ ହେବାକୁ ଯାଉଛି । କାରଣ ଏବେ ବ୍ୟାକ୍ ଟୁ ବ୍ୟାକ ରୋମାଞ୍ଚଭରା ଫିଲ୍ମ ଆସିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ଟପ୍ ୫ ଫିଲ୍ମ ସମ୍ପର୍କରେ ।

ଟପ୍-୫ ଫିଲ୍ମ ମଧ୍ୟରେ ରହିଛି “ନେଭର୍ ବ୍ୟାକ୍ ଡାଉନ୍ ରିଭୋଲ୍ଟ”, “ଦ ପ୍ରିନ୍ସେସ୍ ସ୍ୱିଚ୍ ୩ ରୋମାନ୍ସିଂ ଦ ଷ୍ଟାର୍”, “ଚୁଋଲୀ”, “କ୍ୟାସ୍” ଓ “ଧମାକା” । “ନେଭର୍ ବ୍ୟାକ୍ ଡାଉନ୍ ରିଭୋଲ୍ଟ” ନଭେମ୍ବର୧୬ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ “ଦ ପ୍ରିନ୍ସେସ୍ ସ୍ୱିଚ୍ ୩ ରୋମାନ୍ସିଂ ଦ ଷ୍ଟାର୍” ୧୮ ତାରିଖରେ ରିଲିଜ୍ ହେବ । ସେହିପରି ବାକି ତିନିଟି ଫିଲ୍ମ “ଚୁଋଲୀ”, “କ୍ୟାସ୍” ଓ “ଧମାକା” ନଭେମ୍ବର ୧୯ ତାରିଖରେ ଓଟିଟିରେ ରିଲିଜ୍ ହେବ ।

ତେବେ ଏହି ୫ଟି ଫିଲ୍ମ ମଧ୍ୟରୁ “ଧମାକା” ହେଉଛି ବଲିଉଡ୍ ଅଭିନେତା କାର୍ତ୍ତିକ୍ ଆରିୟନ୍ ଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ । ଏହାକୁ ନେଇ ଫ୍ୟାନ୍ସ ମାନେ ଖୁବ୍ ଉତ୍ସାହିତ ଅଛନ୍ତି । ଏହା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ରେ ନଭେମ୍ବର ୧୯ ତାରିଖରେ ରିଲିଜ୍ ହେବ । ଫିଲ୍ମରେ କାର୍ତ୍ତିକ ଏକ ସାମ୍ବାଦିକ ଭାବରେ ନଜର ଆସିବେ । ତାଙ୍କ ନାମ ଏଥିରେ ଅର୍ଜୁନ୍ ରହିଛି ।

Get real time updates directly on you device, subscribe now.