fbpx

ମଙ୍ଗଳ ଗ୍ରହରୁ ଆସିଲା ‘ଅସାଧାରଣ’ ଶିଶୁ, ମାନବ ଜାତିକୁ ବଞ୍ଚାଇବାକୁ ପୃଥିବୀରେ ହୋଇଛି ପୁନର୍ଜନ୍ମ ! ଦାବିରେ ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ମସ୍କୋ: ହଜାର ବର୍ଷ ପୂର୍ବେ ନ୍ୟୁକ୍ଲିୟର ସଂଘର୍ଷରେ ମଙ୍ଗଳ ଗ୍ରହରେ ଏକ ପ୍ରଜାତିର ସମୂଳ ବିନାଶ ହୋଇଥିଲା । ପୃଥିବୀ ବି ସେହିପରି ଏକ ବିପଦ ଆଡକୁ ବଢ଼ିଚାଲିଛି । ପୃଥିବୀବାସୀଙ୍କୁ ଭବିଷ୍ୟତରେ ଏପରି ପ୍ରଳୟର ସାମ୍ନା କରିବାକୁ ପଡିବ । ଏହି ପ୍ରଳୟରୁ ପୃଥିବୀକୁ ବଞ୍ଚାଇବାକୁ ରୁଷରେ ବୋରିସ୍କା କିପ୍ରିୟାନୋବିଚଙ୍କ ଜନ୍ମ ହୋଇଛି । ଏହି ଦାବି ଖୋଦ୍ ବୋରିସ୍କା କରିଛନ୍ତି । ପୃଥିବୀକୁ ବଞ୍ଚାଇବାକୁ ତାଙ୍କର ପୁନର୍ଜନ୍ମ ହୋଇଥିବା ସେ କହିଛନ୍ତି । ମାନବ ରୁପରେ ଜନ୍ମ ନେବା ପୂର୍ବରୁ ସେ ମଙ୍ଗଳ ଗ୍ରହର ବାସିନ୍ଦା ଥିଲେ ।

ତେବେ ରୁଷର ବୋଲ୍ଗାଗ୍ରାଡରେ ରହୁଥିବା ଏହି ଶିଶୁ ଅସାଧାରଣ । ଅନ୍ତରୀକ୍ଷ ବିଷୟରେ ତାର ସୂଚନା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି । ୨୦୧୭ ମସିହାରେ ଏହି ଶିଶୁ ପ୍ରଥମ ଥର ପାଇଁ ଦୁନିଆ ସାମ୍ନାକୁ ଆସିଥିଲା, ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା । ଏହି ଅବସରରେ ବୋରିସ୍କା ଅନେକ ଚେତାବନୀ ଜାରି କରିଥିଲେ । ସେ କହିଥିଲେ ଯେ, ପୃଥିବୀର ଲୋକଙ୍କୁ ପ୍ରଳୟର ସାମ୍ନା କରିବାକୁ ପଡିବ । ଏଥିପାଇଁ ମାନବ ଜାତିକୁ ବଞ୍ଚାଇବା ପାଇଁ ତାକୁ ଏହି ମିଶନରେ ପଠାଯାଇଛି ।

ଶିଶୁର ଦାବି ହେଉଛି କି, ସେ ମଙ୍ଗଳ ଗ୍ରହରେ ଏକ ପାଇଲଟ ଥିଲା । ଏକ ଯୁଦ୍ଧରେ ନିଜ ଗ୍ରହରକୁ ବଞ୍ଚାଇବାକୁ ସେ ପୃଥିବୀକୁ ଯାତ୍ରା କରିଥିଲା । ମଙ୍ଗଳବାସୀ ଶାରୀରିକ ରୂପରେ ଲମ୍ବା ଓ ଟେକନିକ ରୂପରେ ସକ୍ଷମ । ମଙ୍ଗଳ ଗ୍ରହରେ ୧୪-୧୫ ବର୍ଷ ବୟସରେ ସେ ନିଜ ସାଙ୍ଗମାନଙ୍କ ସହିତ ମଙ୍ଗଳ ଗ୍ରହକୁ ବଞ୍ଚାଇବାକୁ ଯୁଦ୍ଧରେ ଅଂଶଗ୍ରହଣ କରିଥିଲା । ମିଡିଆ ରିପୋର୍ଟରେ ଶିଶୁକୁ ‘ଚାଇଲ୍ଡ ଜିନିୟସ୍’ କୁହାଯାଉଛି, ଯାହାର ସୂଚନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବୋରିସ୍କାଙ୍କ କହିବା ମୁତାବକ, ମଙ୍ଗଳ ଗ୍ରହରେ ଅନେକ ଲୋକ ଅମର ହୋଇଥାନ୍ତି । ସେଠାରେ ୩୫ ବର୍ଷ ବୟସ ପରେ ସେମାନଙ୍କ ବୟସ ବଢ଼ିନଥାଏ । ଏପରି ଲୋକେ ଆଜି ବି ମଙ୍ଗଳ ଗ୍ରହରେ ରହିଛନ୍ତି । ଏହା ବ୍ୟତୀତ ଶିଶୁଟି ଅନ୍ତରୀକ୍ଷ, ଏଲିଅନ୍ସ ଓ ମଙ୍ଗଳ ଗ୍ରହ ବିଷୟରେ ଅଜବ ରହସ୍ୟର ଖୁଲାସା କରିଛନ୍ତି । ଶିଶୁଏହି ଦାବିରେ ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ।

Get real time updates directly on you device, subscribe now.