fbpx

ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ହଜମ ପ୍ରକ୍ରିୟା ପର୍ଯ୍ୟନ୍ତ ତୁଳସୀ ପତ୍ର ସମସ୍ତ ରୋଗ କରେ ଦୂର : ଜାଣିନିଅନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ : ତୁଳସୀ ପତ୍ରର ବ୍ୟବହାର ଆମ ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ । ଏହାର ବ୍ୟବହାର ଭୋଜନ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ କରାଯାଏ । ଏହି ପତ୍ରରେ ଜିଙ୍କ, ଆଇରନ, କ୍ୟାଲସିୟମ, ଭିଟାମିନ ଏ ଓ ସି ଆଦି ରହିଛି । ତୁଳସୀ ପତ୍ରରେ ଆଣ୍ଟି-ଇନଫ୍ଲେମେଟେରୀ ଓ ଆଣ୍ଟି-ବ୍ୟାକ୍ଟରିୟଲ ଗୁଣ ଭରପୁର ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ରୋଗ ମୁକ୍ତ ହୋଇଥାଏ । ଏହି ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ପାଗ ବଦଳିଲେ ଏହାର ସେବନ ଦ୍ୱାରା ବିଭିନ୍ନ ସଂକ୍ରମଣରୁ ଶରୀରକୁ ରକ୍ଷା ମିଳିଥାଏ । ତୁଳସୀ ପତ୍ର ମିଶାଇ କାଢା ତିଆରି କରି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।

ଆସନ୍ତୁ ଜାଣିବା ସେବନ କରିବାର ଫାଇଦା :

. ନିୟମିତ ରୂପେ ତୁଳସୀ ପତ୍ରର ସେବନ କରିବା ଦ୍ୱାରା ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଖାଦ୍ୟ ଭଲ ଭାବେ ହଜମ ହେବା ସହ ଭଲ ଭାବେ ପେଟ ମଧ୍ୟ ସଫା ରହିଥାଏ।

. ତୁଳସୀରେ ଏଭଳି ପୋଷକ ତତ୍ତ୍ୱ ରହିଛି, ଯାହା ରକ୍ତରେ ଶର୍କରା ସ୍ତରକୁ କମ୍‌‌ କରିଥାଏ। ଯେଉଁ ମାନଙ୍କର ମଧୁମେହ ସମସ୍ୟା ରହିଛି,ସେମାନଙ୍କ ପାଇଁ ତୁଳସୀ ପତ୍ର କୌଣସି
ବରଦାନ ଠାରୁ କମ୍‌‌ ନୁହେଁ।

. ତୁଳସୀ ପତ୍ରର ସେବନ ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ ହୋଇଥାଏ। ଚିନ୍ତା ଦୂର ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଚିନ୍ତା ଦୂର କରିବାରେ ସହାୟକ କରିଥାଏ। ଏହା
ସହ ସ୍ନାୟୁକୁ ମଧ୍ୟ ସୁସ୍ଥ ରଖିଥାଏ।

. ଗଳାରେ ଯନ୍ତ୍ରଣା ହେଉଥିଲେ କିମ୍ବା ଗଳା କୁଣ୍ଡାଇ ହେଉଥିଲେ, ତୁଳସୀ ପତ୍ର ବ୍ୟବହାର ବେଶ ଉପକାରୀ ଅଟେ । ଏଥିପାଇଁ ତୁଳସୀ ପତ୍ର ପକାଇ ଚା’ ପ୍ରସ୍ତୁତ କରି ପିଇ
ପାରିବେ। ଏହା ଗଳା ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ।

. ତୁଳସୀ ପତ୍ର ତ୍ୱଚାକୁ ମଧ୍ୟ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଏଥିରେ ପ୍ରାକୃତିକ ଭାବେ ଔଷଧୀୟ ଗୁଣ ରହିଛି। ଯାହା ତ୍ୱଚାର ଅନେକ ସମସ୍ୟାକୁ ଦୂର କରିଥାଏ।

Get real time updates directly on you device, subscribe now.