fbpx
BJD SKY
BJD SKY

(Video) ସତ ହେଉଛି ମାଳିକାବାଣୀ: ମାଉସୀ ମା’ ପରେ ଗୋଟି ଗୋଟି କରି ଭାଙ୍ଗିବ ସବୁ ମନ୍ଦିର! ଧ୍ୱଂସ ହେବ ପୃଥିବୀ

BJD

ରାଜ୍ୟରେ ଥିବା ସବୁ ମନ୍ଦିର ମାନଙ୍କ ପ୍ରତି ବିପଦ ମାଡ଼ି ମାଡ଼ି ଆସୁଛି । ମାଉସୀ ମା’ଙ୍କ ମନ୍ଦିର ପରି ଭାଙ୍ଗିଯିବ ରାଜ୍ୟରେ ସବୁ ଐତିହ୍ୟ ସମ୍ପନ୍ନ ପୁରାତନ ମନ୍ଦିର । ରାଜ୍ୟରୁ ପୁରା ମୂଳପୋଛ ହୋଇଯିବ । ମାଉସୀ ମା ମନ୍ଦିର ଭାଙ୍ଗିବା ପରେ ଐତିହ୍ୟ ମନ୍ଦିରଗୁଡ଼ିକୁ ନେଇ ଏବେ ମନରେ ଭୟ ଦେଖାଦେଲାଣି । ରାଜ୍ୟର ସମସ୍ତ ଐତିହ୍ୟ ମନ୍ଦିର ଏହିଭଳି ଭାବରେ ଧ୍ୱଂସ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ଆଉ କଳାପାହାଡ଼ର ଆବଶ୍ୟକତା ପଡ଼ିବ ନାହିଁ । ବଜ୍ରାଘାତ ଏବେ ପାଲଟିଛି କଳାପାହାଡ଼ । ଯେଉଁ ମନ୍ଦିରରରେ ବଜ୍ରାଘାତ ନିରୋଧୀ ବ୍ୟସ୍ତା ବା ଲାଇଟନିଂ ଆରେଷ୍ଟର ନଥିବ ସେହି ସବୁ ମନ୍ଦିରକୁ ଭାଙ୍ଗିଚାଲିବ ।

ବଜ୍ରାଘାତରେ ରାମେଶ୍ୱର ମନ୍ଦିର ବା ମାଉସିମାଙ୍କ ମନ୍ଦିରର ଦଧିନଉତି ଭାଙ୍ଗିପଡ଼ିଛି । ଆଉ ଠିକ ସେମିତି ହିଁ ଅନେକ ମନ୍ଦିର ଏବେ ବଜ୍ରାଘାତର ଟାର୍ଗେଟରେ ରହିଛି । କାରଣ କେବଳ ଲିଙ୍ଗରାଜ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ମନ୍ଦିରରକୁ ଛାଡ଼ିଦେଲେ ଏଏସ୍ଆଇ ଅଧିନରେ ଥିବା ଅନେକ ପୁରାତନ ମନ୍ଦିରରେ ନାହିଁ ଲାଇଟନିଂ ଆରେଷ୍ଟର । ସୂଚନା ମୁତାବିକ ରାଜଧାନୀରେ ରହିଛି ୨୦୦ ପୁରାତନ ମନ୍ଦିର । ଏଥିମଧ୍ୟରୁ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଅଧିନରେ ରହିଛି ୧୨ ଟି ମନ୍ଦିର ଏବଂ ଏଏସ୍ଆଇ ଅଧିନରେ ରହିଛି ୨୩ଟି ମନ୍ଦିର । ତେବେ ଐତିହ୍ୟର ସୁରକ୍ଷା ଓ ରକ୍ଷଣାବେକ୍ଷଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏପର୍ଯ୍ୟନ୍ତ ମନ୍ଦିରରେ କରାଯାଇନାହିଁ ଆର୍ଥିଂ ବ୍ୟବସ୍ଥା । ସବୁଠାରୁ ବଡ଼ କଥା ହେଉଛି କେବଳ ଲିଙ୍ଗରାଜ ମନ୍ଦିରରେ ଲାଗିଛି ଲାଇଟନିଂ ଆରେଷ୍ଟର । ହେଲେ ତାହାବି ଠିକ ଭାବରେ କାମ କରୁନାହିଁ ବୋଲି କହିଛନ୍ତି ଐତିହ୍ୟଗବେଶକ କହିଛନ୍ତି ।

ଯଦି ଦେଖିବା ରାଜଧାନୀରେ ଅନେକ ପୁରାତନ ମନ୍ଦିରରେ ଲାଇଟନିଂ ଆରେଷ୍ଟର ଲଗାଯାଇଥିଲା । ହେଲେ ସେହି ସବୁକୁ ଦୁର୍ବୃତ୍ତ ମାନେ ତାଡ଼ି ନେଇ ପଳାଇଛନ୍ତି । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ଏଏସ୍ଆଇ । ମନ୍ଦିର ମାନଙ୍କୁ ଅବହେଳାରେ ଛାଡ଼ି ଦେଇଛି । ଯାହାର ପରିଣାସ୍ୱରୁପ ବିପଦରେ ରହିଛି ସବୁ ମନ୍ଦିର । ଆଉ ଏମିତି ହିଁ ଗୋଟିଏ ପରେ ଗୋଟିଏ ଭାଙ୍ଗିବାକୁ ଲାଗିବ ।

Get real time updates directly on you device, subscribe now.