fbpx

କୁକୁଡ଼ା ରକ୍ତ ଦେଖାଇ ହନିଟ୍ରାପରେ ଫଶାଇଦେଲେ ମହିଳା, ଜାଣନ୍ତୁ କିପରି ବ୍ୟକ୍ତିଙ୍କ ଠାରୁ ଠକି ନେଲେ ୩ କୋଟି

ମୁମ୍ବାଇ: ଦେଢ ବର୍ଷ ପୁରୁଣା ଏକ ହାଇ ପ୍ରୋଫାଇଲ ହନୀ ଟ୍ରାପ ମାମଲାର ସମାଧାନ କରିବା ବେଳେ ମୁମ୍ବାଇ ପୋଲିସ ଏକ ଚାର୍ଜ ସିଟ୍ ଦାଖଲ କରି ଆଶ୍ଚର୍ଯ୍ୟ ଜନକ ଦାବି କରିଛି । ଚାର୍ଜସିଟ୍ ମୁତାବକ ଜଣେ ମହିଳା, ଯେଉଁଥିରେ ୬୪ ବର୍ଷୀୟ ଜଣେ ଚୀନ ବ୍ୟବସାୟୀଙ୍କ ଉପରେ ଏକ ଫାଇଭ୍ ଷ୍ଟାର ହୋଟେଲରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଲଗାଇଥିଲେ ଏବଂ ଦାବି କରିଥିଲେ ଯେ, ଉତ୍ପୀଡନ କରିବା ବେଳେ ସେ ଆହତ ହୋଇଯାଇଛନ୍ତି । ଏହି ଘଟଣାର ଠିକ୍ ଦେଢବର୍ଷ ପରେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଦାବି କରିଛନ୍ତି ଯେ, ମହିଳା ଜଣକ ଲଗାଇଥିବା ଯୌନ ଉତ୍ପୀଡନ ଅଭିଯୋଗରେ ନାଟକ କରିଛନ୍ତି ଏବଂ ସେ ହାତରେ ଯେଉଁ ରକ୍ତ ଦେଖାଇଥିଲେ ସେ ହେଉଛି କୁକୁଡ଼ାର ରକ୍ତ ।

ଚାର୍ଜସିଟରେ ପୋଲିସ କହିଛନ୍ତି ଯେ, ମୋନିକା ଚୌଧରୀ ନାମକ ଜଣେ ମହିଳାଙ୍କ କହିବାନୁସାରେ, ବ୍ୟବସାୟୀକୁ ଫସାଇବା ଲାଗି ନିଜର ୩ ସହଯୋଗୀଙ୍କ ସହ ହନୀ ଟ୍ରାପର ଖେଳ ଖେଳିଥିଲେ ଏବଂ ବ୍ୟବସାୟୀଙ୍କ ଠାରୁ ୩କୋଟି ଟଙ୍କା ନେବା ଲାଗି ଦାବି କରିଥିଲେ । କ୍ରାଇମବ୍ରାଞ୍ଚ ସିଟି ପୋଲିସଙ୍କ ୟୁନିଟ ୧୦ ଗତ ସପ୍ତାହରେ ମୋନିକା ଚୌଧୂରୀ ଏବଂ ତାଙ୍କର ୩ଜଣ ସାଥୀ- ଅନିଲ ଚୌଧୂରୀ, ଲୁବାନା ୱଜୀର ଏବଂ ଜ୍ୱେଲର ମନୀଷ ସୋଦୀଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିଥିଲେ ।

ନଭେମ୍ବର ୨୦୨୧ରେ ଚୀନ ବ୍ୟବସାୟୀ ମୁମ୍ବାଇ ପୋଲିସ ପାଖେ ଅଭିଯୋଗ କରିଥିଲେ ଯେ, ଚାରି ଜଣ ଲୋକ ସହରର ଏକ ଫାଇଭ ଷ୍ଟାର ହୋଟେଲରେ ହନୀ ଟ୍ରାପର ଜାଲ ବିଛାଇଛନ୍ତି ଏବଂ ସେଥିରେ ୩.୨୫ କୋଟି ଟଙ୍କା ଲାଗି ଦାବି କାରିଛନ୍ତି । ଏଥିସହ ବ୍ୟବସାୟୀ ଜଣକ ମଧ୍ୟ ଅଭିଯୋଗ ଲଗାଇଥିଲେ ଯେ, ସେହି ମହିଳା ତାଙ୍କୁ ଲଗାତାର ଭିଡ଼ିଓ ଜରିଆରେ ଧମକ ଦେଉଛି ଏବଂ ଏଥିଲାଗି ସେ ୨କୋଟି ଟଙ୍କା ଦାବି କରୁଛି । ପୋଲିସ ତଦନ୍ତ କରିବା ପରେ ଏହି ମାମଲାରେ ତିନି ଜଣ ଅପରାଧୀଙ୍କୁ ଗିରଫ କରିଛି ।

 

Get real time updates directly on you device, subscribe now.