fbpx

୧୬ ନଭେମ୍ବରରୁ ଚମକିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ଜୀବନରେ ମିଳିବ ଅନେକ ସଫଳତା, ଜାଣନ୍ତୁ ଆପଣଙ୍କ ଭାଗ୍ୟ

AAKASH

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ସେମାନଙ୍କ ରାଶି ଓ ଗତି ଉଭୟ ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ପ୍ରତ୍ୟେକ ବ୍ୟକ୍ତି ଉପରେ ଏହାର ପ୍ରଭାବ ପଡିଥାଏ । ଯେଉଁ କାରଣରୁ କାହାର ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ତ ଆଉ କିଏ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଏ । ତେବେ ଏହାରି ମଧ୍ୟରେ ସମସ୍ତ ଗ୍ରହର ରାଜା ସୂର୍ଯ୍ୟ ଦେବ ୧୬ ନଭେମ୍ବରରେ ତାଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାକି ମୋଟ ୧୨ ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ବିଶେଷ ଭାବରେ ଏହା ୫ ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଯାହାଫଳରେ ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଅନେକ ସଫଳତା ପାଇବା ସହ ଧନ ପ୍ରପ୍ତିର ମଧ୍ୟ ଯୋଗ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୫ ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ…

କନ୍ୟାରାଶି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ପଳ ପ୍ରଦାନ କରିବ । ଏହି ରାଶିର ବ୍ୟକ୍ତିମାନେ ଆଗାମୀ ଦିନରେ ଅନେକ ସଫଳତା ପାଇବା ସହ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଭାବରେ ବିବେଚନା ହେବାର ସମ୍ଭାବନା ରହିଛି । ଏଥିସହିତ ଏହି ଏମାନଙ୍କୁ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି ।

ମକର: ମକର ରାଶିର ବ୍ୟକ୍ତିମାନଙ୍କୁ ସୂର୍ଯ୍ୟଗୋଚର ଅନେକ ଶୁଭ ଖବର ଦେବ । ବିବାହିତ ମହିଳା କିମ୍ବା ପୁରୁଷମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ଏହି ରାଶିର ବ୍ୟକ୍ତିମାନେ ବେପାର ବାଣିଜ୍ୟରେ ଅନେକ ସଫଳତା ପାଇବାର ସମ୍ଭାବନା ରହିଛି । ଏତତ୍ ବ୍ୟତୀତ ମକର ରାଶିର ବ୍ୟକ୍ତିମାନଙ୍କୁ ହଠାତ୍ ଧନପ୍ରାପ୍ତି ହେବାର ଯୋଗ ରହିଛି ।

କର୍କଟ: ଯେଉଁମାନେ ସରକାରୀ ଚାକିରି ପାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ପାଇଁ ସୂର୍ଯ୍ୟ ଗୋଚର କିଛି ଖୁସିଖବର ଦେଇପାରେ ।ଏତିସହିତ କୋର୍ଟ-କଚେରୀରେ ଚାଲୁଥିବା ପୁରୁଣା ମାମଲାର ସମାଧାନ ହେବା ସହ ବେପାର ବାଣିଜ୍ୟରେ ମଧ୍ୟ ଉନ୍ନତୀ ହୋଇପାରେ ।

ବିଚ୍ଛା: ସୂର୍ଯ୍ୟଙ୍କ ଗୋଚର ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଜୀବନରେ ଅନେକ ସଫଳତା ମିଳିବା ସହ ବିଦେଶର ବେପାର ବାଣିଜ୍ୟ ବଢାଇବାର ଯୋଗ ମଧ୍ୟ ରହିଛି । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନେ ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଚିତ ହାଇପାରନ୍ତି ।

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ବିଭିନ୍ନ ପ୍ରକାର ଶୁଭ ଖବର ମିଳିବାର ଯୋଗ ରହିଛି । ଏତତ୍ ବ୍ୟତୀତ ଘରକୁ କୌଣସି ନୂତନ ଯାନ କିମ୍ବା ଜମିବାଡି ସମ୍ପତ୍ତି କିଣିବାର ଯୋଗ ରହିଛି । ଏଥିସହିତ ଉଧାର ଦେଇଥିବା ବ୍ୟକ୍ତିମାନଙ୍କୁ ଦେଇଥିବା ଟଙ୍କା ପାଇ ପାରନ୍ତି ।

Get real time updates directly on you device, subscribe now.