fbpx

ଆଜିଠୁ ଏହି ରାଶି ବ୍ୟକ୍ତି ବିଶେଷଙ୍କର ବଦଳିବ ଭାଗ୍ୟ: ଅଜାଡି ହୋଇଯିବ ବୁଦ୍ଧଦେବଙ୍କ ଅପାର କୃପା

ଆଜି ରାଶି ପରିବର୍ତ୍ତନ କରିବେ ବୁଦ୍ଧଦେବ । ବୁଦ୍ଧି, ତର୍କ, ସମ୍ବାଦ ତଥା ଗଣିତ, ମିତ୍ରତା ଏବଂ ଚତୁରତାର ପ୍ରତୀକ ହେଉଛନ୍ତି କାରଣକାରୀ ଗ୍ରହ ବୋଲି ବୁଦ୍ଧ ଦେବଙ୍କୁ ଜଣାଯାଏ । ତେବେ ଜୁଲାଇ ୧୭ ତାରିଖରେ ଅର୍ଥାତ ଆଜି କର୍କଟ ରାଶିକୁ ବୁଦ୍ଧଦେବଙ୍କ ପ୍ରବେଶ ଘଟିବ । ଜ୍ୟୋତିଶରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନକୁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଭାବେ ବିବେଚନା କରାଯାଏ ।

ଗ୍ରହମାନଙ୍କର ରାଶି ପରିବର୍ତ୍ତନରେ ପ୍ରତ୍ୟେକ ରାଶି ଉପରେ ଶୁଭ କିମ୍ବା ଅଶୁଭ ପ୍ରଭାବ ପଡୁଥିବା କୁହାଯାଇଥାଏ । ତେଣୁ ଆଜି ବୁଦ୍ଧ ଦେବଙ୍କ ରାଶି ପରିବର୍ତ୍ତନ ହେଲେ କିଛିଟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ଫଳପ୍ରଦ ହେବ ଏବଂ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହେବ । ତେବେ କେଉଁ ରାଶିର ବ୍ୟକ୍ତି ବିଶେଷଙ୍କୁ ବୁଦ୍ଧ ଦେବଙ୍କ ଏହି ରାଶି ପରିବର୍ତ୍ତନ ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।

ମିଥୁନ ରାଶି:

ଏହି ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ବୁଦ୍ଧ ଦେବଙ୍କ ପରିବର୍ତ୍ତନ ଖୁବ ଶୁଭଦାୟକ ରହିଛି । ସେମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ । ତେଣୁ ସେମାନଙ୍କ ଆୟ ବଢିବା ସହିତ ଆର୍ଥିକ ପକ୍ଷ ମଧ୍ୟ ମଜବୁତ ରହିବ । ଚାକିରି ଏବଂ ବାଣିଜ୍ୟରେ ସଫଳତାର ଯୋଗ ରହିଛି । ତେବେ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଉପଯୋଗୀ ଅଟେ ।

କର୍କଟ ରାଶି:

କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଏହି ରାଶି ପରିବର୍ତ୍ତନ ଶୁଭଦାୟକ ରହିଛି । ମହାଲକ୍ଷୀଙ୍କ କରୁଣା ଦୃଷ୍ଟି ଯୋଗୁଁ ସୁଖଦାୟକ ରହିବ ଏହି ରାଶିର ବ୍ୟକ୍ତିଙ୍କ ଦିନ । ଧନଲାଭର ଅଧିକ ସମ୍ଭାବନା ରହିଛି । ସେହିପରି ଚାକିରି ଏବଂ ବେପାର ବାଣିଜ୍ୟ ପାଇଁ ମଧ୍ୟ ସମୟ ଅତ୍ୟନ୍ତ ଶୁଭଙ୍କର ହେବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସାପ୍ରାପ୍ତି ହେବ ଏବଂ ପରିବାରର ସଦସ୍ୟମାନଙ୍କୁ ସହଯୋଗ ପ୍ରାପ୍ତି ହେବ ।ତେବେ କର୍କଟ ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନ ଅତି ସୁଖମୟ ହେବ ।

ବିଛା ରାଶି:

ବୁଦ୍ଧ ଦେବଙ୍କ ରାଶି ପରିବର୍ତ୍ତନରେ ବିଛା ରାଶିର ବ୍ୟକ୍ତିଙ୍କ ଆୟ ବୃଦ୍ଧି ହେବା ସହିତ ଧନଲାଭ ମଧ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଧାର୍ମିକ ଏବଂ ଆଧ୍ୟାତ୍ମିକ ଚେତନାରେ ନିଜକୁ ଅନୁପ୍ରବେଶ କରିପାରନ୍ତି ଏହି ରାଶିର ବ୍ୟକ୍ତି । ତେବେ ଆଜି ବିଚା ରାଶିର ବ୍ୟକ୍ତିମାନଙ୍କୁ ଅନେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ ।

ମୀନ ରାଶି:

ମୀନ ରାଶିର ବ୍ୟକ୍ତିମାନଙ୍କ ଉପରେ ଆଜି ପ୍ରସନ୍ନ ହେବେ ଧନର ଦେବୀ ମା’ ଲକ୍ଷ୍ମୀ । କାର୍ଯ୍ୟରେ ସଫଳତା ସହିତ ଲକ୍ଷ୍ମୀମାତାଙ୍କ କୃପାରୁ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇପାରେ । ସେହିପରି ଚାକିରି ଏବଂ ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇପାରନ୍ତି ମୀନ ରାଶିର ବ୍ୟକ୍ତି ବିଶେଷ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଶୁପ୍ରଦ ରହିଛି ।

Get real time updates directly on you device, subscribe now.