ନୂଆଦିଲ୍ଲୀ : ଭାରତୀୟ ବଜାରରେ ଉପଲବ୍ଧ ମସଲା ପାଇଁ ନିଆଯାଇଥିବା ନମୁନାରେ ଇଥିଲିନ୍ ଅକ୍ସାଇଡ୍ (ଇଟିଓ) ନାହିଁ । ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫଏସଏସଏଆଇ) ମଙ୍ଗଳବାର ଏହି ସୂଚନା ଦେଇଛି ।
ବାସ୍ତବରେ, ଲୋକପ୍ରିୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟ ଉପରେ ସିଙ୍ଗାପୁର ଏବଂ ହଂକଂରେ ପ୍ରଶ୍ନ ଉଠିବା ପରେ ଓ କର୍କଟ ରୋଗ ପାଇଁ ଦାୟୀ ଇଟିଓର ଉପସ୍ଥିତି ପରେ ଏଫଏସଏସଏଆଇ ମସଲାର ନମୁନା ନେଇଥିଲା, ଯାହାର ଫଳାଫଳ ବର୍ତ୍ତମାନ ସାମ୍ନାକୁ ଆସିଛି ।
ମନିଟରିଂ ସଂସ୍ଥା ପରୀକ୍ଷା ପାଇଁ ଏଭରେଷ୍ଟ ସ୍ପାଇସର ଦୁଇଟି ଉତ୍ପାଦନ ୟୁନିଟରୁ ୯ ଟି ନମୁନା ନେଇଥିବାବେଳେ ଏମଡିଏଚ ର ୧୧ ଟି ଉତ୍ପାଦନ ୟୁନିଟରୁ ୨୫ ଟି ନମୁନା ନିଆଯାଇଛି । ନିଆଯାଇଥିବା ମୋଟ ୩୪ ଟି ନମୁନା ମଧ୍ୟରୁ ୨୮ ଟି ରିପୋର୍ଟ ଆସିଛି ଏବଂ ଏଥିରେ ଇଟିଓର କୌଣସି ଉପସ୍ଥିତି ନାହିଁ । ସେହି ସମୟରେ, ଅନ୍ୟ ବ୍ରାଣ୍ଡର ମସଲାର ୩୦୦ ନମୁନା ମଧ୍ୟରୁ କୌଣିସିଟିରେ ଇଟିଓ ମିଳିଲା ନାହିଁ ।
ଏଫଏସଏସଏଆଇ କହିଛି ଯେ ଅନ୍ୟ ପାରାମିଟରରେ ମଧ୍ୟ ଭାରତୀୟ ବଜାରରେ ଉପଲବ୍ଧ ମସଲା ପରୀକ୍ଷା ଦେଇଛି । ବିଭିନ୍ନ ଦେଶରେ ପ୍ରଶ୍ନ ଉଠିବା ପରେ, ଏପ୍ରିଲ୍ ୨୨ ରେ ଦେଶର ସମସ୍ତ ଖାଦ୍ୟ କମିଶନରଙ୍କୁ ମସଲାର ନମୁନା ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।