fbpx
BSKY
BJD SHG SKY
BJD YOUTH SKY

ଆଜି ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ୍ ରିହର୍ସଲ, ଜାଣନ୍ତୁ କେଉଁ ରୁଟରେ ବନ୍ଦ ରହିବ ମେଟ୍ରୋ

ନୂଆଦିଲ୍ଲୀ: ପାଖେଇ ଆସୁଛି ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି । ଆଜି ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ୨୦୨୪ ଉପଲକ୍ଷେ ଫୁଲ ଡ୍ରେସ୍ ରିହର୍ସଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ତେବେ ଏହି ଆଡଭାଇଜରି ଅନୁଯାୟୀ ଦିଲ୍ଲୀବାସୀଙ୍କୁ ଟ୍ରାଭେଲ ପ୍ଲାନ୍ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଜାଣନ୍ତୁ ଫୁଲ୍ ଡ୍ରେସ୍ ରିହର୍ସଲର ରୁଟ୍

ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ସ୍ଥାନରେ ହିଁ ଫୁଲ୍ ଡ୍ରେସ୍ ରିହର୍ସଲ ଅନୁଷ୍ଠିତ ହେବ । ତେବେ ଏହି ରିହର୍ସଲ ସକାଳ ସାଢ଼େ ୧୦ଟାରୁ ବିଜୟ ଚୌକରୁ ଆରମ୍ଭ ହୋଇ କର୍ତ୍ତବ୍ୟ ପଥ, ସି-ହେକ୍ସାଗନ୍, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଚୌକ, ତିଲକ୍ ମାର୍ଗ, ବାହାଦୁର ଶାହ ଜଫର ମାର୍ଗ ଏବଂ ନେତାଜୀ ସୁଭାଷ ମାର୍ଗ ହୋଇ ରେଡ୍ ଫୋର୍ଟରେ ଶେଷ ହେବ ।

କେଉଁ ରସ୍ତାରେ ବନ୍ଦ ରହିବ ଟ୍ରାଫିକ୍ ?

ସାଧାରଣତନ୍ତ୍ର ଦିବସର ପ୍ୟାରେଡ଼ ଉପଲକ୍ଷେ ସୋମବାର ସନ୍ଧ୍ୟା ୬ଟାରୁ ମଙ୍ଗଳବାର ରିହର୍ସଲ ଶେଷ ହେବା ପର୍ଯ୍ୟନ୍ତ ବିଜୟ ଚୌକରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ କର୍ତ୍ତବ୍ୟ ପଥରେ ଯାତାୟାତ ବନ୍ଦ କରିଦିଆଯାଇଛି । ଦିଲ୍ଲୀ ପୋଲିସର ଆଡଭାଇଜରୀ ଅନୁଯାୟୀ ସି-ହେକ୍ସାଗନରୁ ଇଣ୍ଡିଆ ଗେଟ ମଙ୍ଗଳବାର ସକାଳ ୯ଟା ୧୫ରୁ ପ୍ୟାରେଡ଼ ତିଲକ ମାର୍ଗ ପାର କରିବା ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ସାଢ଼େ ୧୦ଟା ପରଠାରୁ ତିଲକ୍ ମାର୍ଗ, ବାହାଦୂର ଶାହ ଜଫର ମାର୍ଗ ଏବଂ ନେତାଜୀ ସୁଭାଷ ମାର୍ଗର ଉଭୟ ଦିଗରେ ଯାତାୟାତ ବନ୍ଦ ରହିବ । ତେବେ ଫୁଲ୍ ଦ୍ସେ୍ ରିହର୍ସଲ ସମୟରେ ଦିଲ୍ଲୀ ମେଟ୍ରୋ ସେବା ଉପଲବ୍ଧ ରହିବ । କିନ୍ତୁ କେନ୍ଦ୍ର ସଚିବାଳୟ ଏବଂ ଉଦ୍ୟୋଗ ଭବନ ଷ୍ଟେସନରେ ସକାଳ ୫ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ମେଟ୍ରୋ ଚଳାଚଳ ବନ୍ଦ ରହିବ ।

 

Get real time updates directly on you device, subscribe now.