fbpx
BJD SKY
BJD SKY

ଧୀରେ ଧୀରେ ସମ୍ପୂର୍ଣ୍ଣ ଅନୁମତି ମିଳିବ… Same Sex Marriage ଉପରେ ସୁପ୍ରିମ ନିଷ୍ପତ୍ତିରେ ଦୂତୀଙ୍କ ପ୍ରତିକ୍ରିୟା

BJD

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମତି ଦେବା ପାଇଁ ମନା କରି ସାରିଛନ୍ତି ସୁପ୍ରିମକୋର୍ଟ । ସ୍ପେଶାଲ ମ୍ୟାରେଜ ଆକ୍ଟକୁ ପରିବର୍ତ୍ତନର ଅଧିକାର କେବଳ ସଂସଦ ପାଖରେ ରହିଛି । ତେଣୁ ଏଥିପାଇଁ ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ଭଟ୍ଟ କହିଛନ୍ତି ଯେ, କେନ୍ଦ୍ର କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ କମିଟି ଦ୍ୱାରା ସମଲିଙ୍ଗୀ ଦମ୍ପତ୍ତିଙ୍କ ଅଧିକାର ଉପରେ ବିଚାର କରିବ । ଉଭୟ ଏକାଠି ରହିପାରିବେ, କିନ୍ତୁ ବିବାହକୁ ଆଇନଗତ ଅନୁମତି ଦିଆଯାଇ ପାରିବ ନାହିଁ । ତେବେ ଏହି ନିଷ୍ପତ୍ତିକୁ ନେଇ ଭାରତର ଅଲିମ୍ପିକ ଧାବିକା ଦୂତୀ ଚାନ୍ଦ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସମର୍ତନ କରିଛନ୍ତି ଭାରତୀୟ ଆଥଲେଟ ଦୂତୀ ଚାନ୍ଦ । ସେ କହିଛନ୍ତି ଯେ, ବର୍ତ୍ତମାନ ଏକାଠି ରହିବାକୁ ଅନୁମତି ଦେଇଛନ୍ତି, ଧୀରେ ଧୀରେ ବିବାହକୁ ମଧ୍ୟ ମାନ୍ୟତା ମିଳିଯିବ । ଆମକୁ ଏକାଠି ରହିବାର ଅଧିକାର ଅଛି ବୋଲି ସୁନ୍ଦର ରାୟ ଶୁଣାଇଛନ୍ତି କୋର୍ଟ । ଅନ୍ୟ ସମସ୍ତ ମାନ୍ୟତା ମଧ୍ୟ ଆଜି କିମ୍ବା କାଲି ପ୍ରଦାନ କରାଯିବ । ତେବେ ସମସ୍ୟା ହେଉଛି, ଆମେ ଆଇନ୍ ଅନୁସାରେ ବିବାହ କରି ପାରିବୁ ନାହିଁ । କିନ୍ତୁ କୋର୍ଟ ବ୍ୟତୀତ ଘରେ କିମ୍ବା ମନ୍ଦିରରେ ବିବାହ କରିବାକୁ ଆମକୁ ରୋକା ଯାଇ ପାରିବ ନାହିଁ । ଆହୁରି ୩ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଆମେ ବିବାହ କରିବୁ ବୋଲି କହିଛନ୍ତି ଧାବିକା ଦୂତୀ ଚାନ୍ଦ ।

ସୂଚନା ଥାଉ କି, ଓଡ଼ିଶାର ତଥା ଭାରତ ପାଇଁ ଅଲିମ୍ପିକରେ ଗର୍ବ ଆଣିତିବା ଦୂତୀ ମଧ୍ୟ ନିଜ ବାନ୍ଧବୀଙ୍କ ସହ ସମଲିଙ୍ଗୀ ବିବାହ କରିବା ପାଇଁ ଆଗଭର ହୋଇଛନ୍ତି । ତେବେ ଅଦାଲତଙ୍କ ଶୁଣାଣିକୁ ସେ ଅପେକ୍ଷା କରି ରହିଥିବା ବେଳେ ବର୍ତ୍ତମାନ ଅଦାଲତ ଏହାକୁ ମାନ୍ୟତା ଦେବା ପାଇଁ ମନା କରିଛନ୍ତି । ଏହାପରେ ମଧ୍ୟ ଦୂତୀ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିବା ନେଇ ଆଶା ରଖିଛନ୍ତି । ଗତ ୮ ବର୍ଷରୁ ନିଜ ପ୍ରେମିକା ମୋନାଲିସାଙ୍କ ସହ ବୈବାହିକ ସମ୍ପର୍କରେ ରହୁଛନ୍ତି ଧାବିକା ଦୂତୀ ଚାନ୍ଦ ।

Get real time updates directly on you device, subscribe now.