fbpx
BJD
BJD SKY
BJD SKY

ଭାରତର ‘ସୁରକ୍ଷା କବଚ’ ଭିତରେ ରହିବେ ଜୋ ବାଇଡେନ, ଜାଣନ୍ତୁ କିପରି ହେବ ଆମେରିକାର ରାଷ୍ଟ୍ରପତିଙ୍କ ସିକ୍ୟୁରିଟି

BJD

ନୂଆଦିଲ୍ଲୀ: ଦିଲ୍ଲୀ ଜି୨୦ ଶିଖର ସମ୍ମେଳନର ହୋଷ୍ଟିଂ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଜି-୨୦ରେ ଭାଗ ଭାଗ ନେବା ଲାଗି ଭାରତ ଆସୁଛନ୍ତି । ତେଣୁ ବାଇଡେନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ ଏବଂ ସେଠାରେ ତାଙ୍କ ପାଇଁ କଡା ସୁରକ୍ଷା କରାଯାଇଛି । ଏକ ପକ୍ଷରୁ ହୋଟେଲକୁ ସୁରକ୍ଷା କବଚରେ ରୂପାନ୍ତରିତ କରାଯାଇଛି ।

ଭାରତ ଗସ୍ତରେ ଆସୁଥିବା ଆମେରିକା ରାଷ୍ଟ୍ରପତି ବାଇଡେନ ନିଜ ଖାସ ବିମାନ ଏୟାରଫୋର୍ସ ୱାନରେ ଏଠାରେ ପହଁଚିବେ । ତାଙ୍କ ସହିତ ଆମେରିକୀୟ ଗୁପ୍ତଚର ବିଭାଗର ସୁରକ୍ଷାକର୍ମୀ ଏବଂ ଯାନବାହନର ସମସ୍ତ କନଭେନ ମଧ୍ୟ ଭାରତରେ ପହଁଚୁଛନ୍ତି ।

ଷ୍ଟେଟସମ୍ୟାନ ରିପୋର୍ଟ ମୁତାବକ, ଆଇଟିସି ମୌର୍ଯ୍ୟ ହୋଟେଲର ପ୍ରତି ଫ୍ଲୋରରେ ସିକ୍ରେଟ ସର୍ଭିସ କମାଣ୍ଡୋ ମୁତୟନ କରାଯାଉଛି । ବାଇଡେନଙ୍କୁ ୧୪ତମ ଫ୍ଲୋରକୁ ନେଇଯିବା ଲାଗି ଏକ ସ୍ୱତନ୍ତ୍ର ଲିଫ୍ଟ ବ୍ୟବସ୍ଥା କରାଯାଇଛି । ହୋଟେଲର ୪୦୦ଟି ରୁମକୁ ବାଇଡେନ ଏବଂ ତାଙ୍କ ଟିମଙ୍କ ପାଇଁ ବୁକ କରାଯାଇଛି । ସୁରକ୍ଷା ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସର୍ଦ୍ଦାର ପଟେଲ ମାର୍ଗ ଏବଂ ହୋଟେଲ ପରିସରରେ ରିହର୍ସଲ କରାଯାଇଛି । ସୁରକ୍ଷାରେ କୌଣସି ଅଭାବ ନହେବା ପାଇଁ ସଂପୂର୍ଣ୍ଣ ନଜର ଦିଆଯାଇଛି ।

ଏନଏସଜି କମାଣ୍ଡୋ, CRPF କର୍ମଚାରୀ ଏବଂ ଦିଲ୍ଲୀ ପୋଲିସ କର୍ମଚାରୀ ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆଇଟିସି ମୌର୍ଯ୍ୟ ହୋଟେଲ ବାହାରେ ଥିବା ଉଦ୍ୟାନ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି। କୁକୁର ସ୍କ୍ୱାର୍ଡ ଏବଂ ସିସିଟିଭି ପାଇଁ ପୃଥକ ଉପକରଣ ସ୍ଥାପନ କରାଯାଇଛି। ତଦାରଖ ପାଇଁ ଏଠାରେ CRPF କର୍ମଚାରୀ ନିୟୋଜିତ ହୋଇଛନ୍ତି। ସୁରକ୍ଷା କର୍ମୀମାନେ ସୁରକ୍ଷା ପାଇଁ ‘ବିସ୍ଫୋରକ ବାଷ୍ପ ଚିହ୍ନଟ’ (EVD) ଉପକରଣ ମଧ୍ୟ ବ୍ୟବହାର କରୁଛନ୍ତି।

Get real time updates directly on you device, subscribe now.