fbpx

ପଞ୍ଚାୟତ ନିର୍ବାଚନ ପାଇଁ ପାଦ ଆଗକୁ ବଢାଇଲେ ସରକାର: ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି

ନୂଆଦିଲ୍ଲୀ: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଛନ୍ତି ସରକାର । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାହାରିଛି ଗେଜେଟ ବିଜ୍ଞପ୍ତି । ଆସନ୍ତା ସୋମବାର ସର୍ବଦଳୀୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ସର୍ବଦଳୀୟ ବୈଠକ ଶେଷ ହେବା ପରେ ଏହି ନିର୍ବାଚନୀ ତାରିଖ ପ୍ରକାଶ ପାଇବ ବୋଲି ଜଣା ପଡିଛି ।

ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପଦ ପାଇଁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ଅର୍ଥ ଯେକୌଣସି ମୂହୁର୍ତ୍ତରେ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ଘୋଷଣା କରି ପାରନ୍ତି । ସୋମବାର ସର୍ବଦଳୀୟ ବୈଠକ ପରେ ନିର୍ବାଚନୀ ତାରିଖ ପ୍ରକାଶ ପାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.