fbpx
BJD SKY
BJD SKY

ଟେନସନ୍ ଦୂର କଲା ହ୍ୱାଟସଆପ୍ ; ମୋବାଇଲ ନମ୍ବର ସେଭ୍ ନ କରି ବି କରିପାରିବେ ଚାଟିଂ, ଏହା କିପରି କରିବେ ଜାଣି ନିଅନ୍ତୁ

BJD

ନୂଆଦିଲ୍ଲୀ: ହ୍ୱାଟସଆପ୍ ଏବେ ଏହାର ନୂଆ ଫିଚର ଆରମ୍ଭ କରିଛି । ହ୍ୱାଟସଆପ୍ର ଏହି ନୂଆ ଫିଚର ଟୁଇଟର ୟୁଜର୍ସଙ୍କ ଏକ ବଡ ଚିନ୍ତା ଦୂର କରିଛି । ଏବେ ହ୍ୱାଟସଆପ୍ରେ କାହା ସହ ଚାଟିଂ କରିବା ଲାଗି ଆପଣଙ୍କୁ ତାଙ୍କର ମୋବାଇଲ ନମ୍ବର ପ୍ରଥମେ ସେଭ୍ କରିବାକୁ ପଡୁଛି । କିନ୍ତୁ ଏବେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । କାରଣ ଏବେ ୟୁଜର ବିନା ମୋବାଇଲ୍ ନମ୍ବର ସେଭ୍ କରି ଚାଟିଂ ଓ କଲିଂ କରିପାରିବେ । ଏହି ଫିଚର ଆଣ୍ଡ୍ରଏଡ୍ ଓ ଆଇଓଏସ୍ ୟୁଜର୍ସ ଲାଗି ଉପଲବ୍ଧ କରାଯାଇଛି । ତେବେ ଏଥିପାଇଁ ଆପଣଙ୍କୁ କ’ଣ କରିବାକୁ ପଡିବ ଆସନ୍ତୁ ଜାଣିନେବା ।
୧-ପ୍ରଥମେ ଯେଉଁ ମୋବାଇଲ୍ ନଂ ସହ ଚାଟିଂ କରିବେ ତାହାକୁ କପି କରି ନିଅନ୍ତୁ ।
୨-ଏହାପରେ ହ୍ୱାଟସଆପ୍ ଓପନ କରନ୍ତୁ ।
୩-ଏହାପରେ ନିଉ ଚାଟ ଅପ୍ସନରେ ଟ୍ୟାପ କରନ୍ତୁ ।
୪-ଏହା କରିବା ପରେ ଏକ ସର୍ଚ୍ଚ ବକ୍ସ ନଜର ଆସିବ ଯେଉଁଥିରେ ଆପଣ କପି ମୋବାଇଲ୍ ନମ୍ବର ଲେଖିବେ କିମ୍ବା ଆପଣ ସିଧା କପି ଓ ପେଷ୍ଟ ମଧ୍ୟ କରିପାରିବେ ।
୫-ଏହାପରେ ଲୁକିଂ ଆଉଟସାଇଡ୍ ୟୁଅର କଣ୍ଟାକ୍ଟରେ କ୍ଲିକ୍ କରନ୍ତୁ ।
୬-ଯଦି ସେହି ମୋବାଇଲ୍ ନମ୍ବର ହ୍ୱାଟସଆପ୍ରେ ରହିଛି ତାହା ସହ ଜଡିତ ନାମ ଓ ଚାଟ୍ ଅପ୍ସନ ଦେଖାଯିବ ।
୭-ଏହାପରେ ଚାଟ୍ ଅପ୍ସନରେ କ୍ଲିକ୍ କରିବା ପରେ ଏକ ନୂଆ ଚାଟ୍ ୱିଣ୍ଡୋ ଖୋଲିଯିବ । ଏବେ ଆପଣ ଅଜଣା ବ୍ୟକ୍ତିଙ୍କ ସହିତ ହ୍ୱାଟସଆପ୍ରେ ଚାଟ୍ କରିପାରିବେ ।
ମୋବାଇଲ୍ ନମ୍ବରରେ ହ୍ୱାଟସଆପ୍ ଲଗଇନ୍ କରିପାରିବେ:
ଆପଣ ପୂର୍ବରୁ ଡେକ୍ସଟପ୍ କିମ୍ବା ଲାପଟପ୍ରେ ହ୍ୱାଟସଆପ୍ ଲଗଇନ୍ କରିବା ପାଇଁ କ୍ୟୁଆର କୋଡର ସାହାରା ନେଉଥିଲେ । ବହୁ ସମୟରେ କ୍ୟୁଆର କୋଡ୍ ସ୍କାନ ହୋଇ ନ ପାରିବାରୁ ଆପଣ ଡେକ୍ସଟପ୍ କି ଲାପଟପ୍ ଚଲାଇ ପାରନ୍ତି ନାହିଁ । ଏଣିକି କିନ୍ତୁ ଆପଣ ମୋବାଇଲ୍ ନମ୍ବରରେ ହ୍ୱାଟସଆପ୍ ଲଗଇନ୍ କରିପାରିବେ ।

Get real time updates directly on you device, subscribe now.