fbpx

କେଉଁ ସମୟରେ ଓ ପରିସ୍ଥିତିରେ ପାଦସ୍ପର୍ଶ କରି ପ୍ରଣାମ କରିବା ଅନୁଚିତ, ଜାଣିିନିଅନ୍ତୁ

ଆମ ଭାରତୀୟ ସଂସ୍କୃତି ଅନୁସାରେ ବଡମାନଙ୍କର ଆଶୀର୍ବାଦ ପାଇବା ପାଇଁ ସେମାନଙ୍କର ପାଦ ସ୍ପର୍ଶ କରି ପ୍ରଣାମ କରିବାର ପରମ୍ପରା ରହିଛି । ପାଦ ଛୁଇଁ ପ୍ରଣାମ କରିବା ପାଇଁ ପିଲାବେଳୁ ପିଲାମାନଙ୍କୁ ଶିକ୍ଷା ଦିଆଯାଇଥାଏ । ଆମେ ଗୁରୁଜନମାନଙ୍କୁ ଦେଖିଲେ ସେମାନଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିଥାଉ । ଆମ ଶାସ୍ତ୍ର ଅନୁସାରେ ଏମିତି କିଛି ସମୟ ଓ ସ୍ଥାନ ଅଛି , ଯେଉଁଠି ପାଦ ସ୍ପର୍ଶ କରି ପ୍ରଣାମ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା କେବେ ଓ କେଉଁଠି ପାଦ ସ୍ପର୍ଶ କରି ପ୍ରଣାମ କରିବା ଅନୁଚିତ୍ ।
-ଖାଇବା ସମୟରେ ଅଧାରୁ ଉଠି କାହାର ପାଦ ଛୁଇଁବା ଅନୁଚିତ । ଏହା ସହ ଖାଇ ବସିଥିବା ବ୍ୟକ୍ତିର ପାଦ ସ୍ପର୍ଶ କରିବା ଉଚିତ ନୁହେଁ ।
-ସ୍ନାନ କରୁଥିବା ସମୟରେ କାହାକୁ ପ୍ରଣାମ କରିବା ଅନୁଚିତ ।
-ନିଦରେ ଶୋଇଥିବା ବ୍ୟକ୍ତିର ପାଦ ସ୍ପର୍ଶ କରିବା ଉଚିତ ନୁହେଁ ।
-ମନ୍ଦିର ଭିତରେ ଥିବା ସମୟରେ କୌଣସି ବ୍ୟକ୍ତିର ପାଦ ଛୁଇଁ ପ୍ରଣାମ କରିବା ଅନୁଚିତ । କାରଣ ଏପରି କରିବା ଦ୍ୱାରା ମନ୍ଦିରରେ ଥିବା ଦେବାଦେବୀଙ୍କର ଅସମ୍ମାନ ହୋଇଥାଏ ।
-ଶ୍ମଶାନରୁ ଫେରୁଥିବା ବ୍ୟକ୍ତିକୁ ପ୍ରଣାମ କରିବା ପାଇଁ ବାରଣ ରହିଛି ।
– ଶ୍ରାଦ୍ଧ କର୍ମ କରୁଥିବା ସମୟରେ ବ୍ୟକ୍ତିଙ୍କ ପାଦ ସ୍ପର୍ଶ କରିବା ନିଷେଧ ଅଟେ ।
-ଛୋଟ ଛୁଆକୁ ଧରିଥିବା ସମୟରେ ଅନ୍ୟର ପାଦ ଛୁଇଁ ମୁଣ୍ଡିଆ ମାରିବା ମଧ୍ୟ ଅନୁଚିତ ।

Get real time updates directly on you device, subscribe now.