fbpx
BJD SKY
BJD SKY

ମାତ୍ର ୩୫ ପଇସା ଖର୍ଚ୍ଚରେ ୧୦ ଲକ୍ଷ ଟଙ୍କାର ମିଳିବ ସୁବିଧା! ଭାରତୀୟ ରେଳ ଆଣିଲା ନୂଆ ଯୋଜନା

BJD

ନୂଆଦିଲ୍ଲୀ: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଅଧିକ ସଚେତନ ହୋଇଯାଇଛି । ତେଣୁ ଯାତ୍ରୀମାନଙ୍କ ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ କରୁଛି ଇଣ୍ଡିଆନ ରେଲୱେ । ତେବେ ଏହାମଧ୍ୟରେ ରେଳ ବିଭାଗ ଆଉ ଏକ ସୁବିଧା ଯୋଗାଇଛି । ଏହି ସୁବିଧାରେ ଯାତ୍ରୀମାନଙ୍କ ପାଇଁ ବେଶ୍ ଉପକାରୀ ହୋଇଥିବା ବେଳେ ଖୁବ ଶସ୍ତା ମଧ୍ୟ । ମାତ୍ର ୩୫ ପଇସା ଖର୍ଚ୍ଚ କଲେ ୧୦ ଲକ୍ଷ ଟଙ୍କାର ସୁବିଧା ଦେବ ଇଣ୍ଡିଆନ ରେଲୱେ । ତେବେ ବାହାନଗା ଦୁର୍ଘଟରାରେ ୭୦% ପ୍ରତିଶତରୁ ଅଧିକ ଯାତ୍ରୀ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି ।

ତେବେ ରେଳ ବିଭାଗର ଏହି ସୁବିଧା ଅନୁସାରେ, ଆଇଆରସିଟିସି ଦ୍ୱାରା ଟିକେଟ ବୁକିଙ୍ଗ ସମୟରେ ଇନ୍ସୁରାନ୍ସ/ବୀମା ସୁବିଧାକୁ ଏବେ ବାଧ୍ୟତାମୂଳକ କରିଦିଆଯାଇଛି । ତେଣୁ ବୀମା ପାଇଁ ଏକ ଅଲଗା ବିକଳ୍ପ ଚୟନ କରିବାକୁ ପଡ଼ିବ ନାହିଁ । ଏଣିକି ଟିକେଟ ବୁକିଙ୍ଗ ସମୟରେ ଏହା ଆପେ ଆପେ ସିଲେକ୍ଟ ହୋଇପାରିବ । ତେବେ ମାତ୍ର ୩୫ ପଇସା ବଦଳରେ ରେଳ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କାର ବୀମା ପାଇପାରିବେ ଯାତ୍ରୀ । ତେବେ ବ୍ୟକ୍ତିଗତ ଦୁର୍ଘଟଣା ବୀମା କଭର ସ୍ଥାନରେ ଏହି ସୁବିଧା ବିକଳ୍ପ ରହୁଥିଲା ଏବଂ ଏହାକୁ ବାଛିବା ନେଇ ସେମାନଙ୍କ ଉପରେ ଛଡ଼ା ଯାଇଥିଲା । ତେବେ ଅଧିକାଂଶ ଲୋକେ ଏହି ସୁବିଧା ଚୟନ କରୁନଥିବା ଦେଖିବାକୁ ମିଳିଥିଲା । ତେଣୁ ଯାତ୍ରୀଙ୍କ ସୁବିଧା ପାଇଁ ଏହି ସୁବିଧା ଆପେ ଆପେ ଉପଲବ୍ଧ କରି ଦିଆଯାଇଛି । ତେଣୁ ଏହାକୁ ମାନୁଆଲ ଚୟନ କରିବାକୁ ପଡିବ ନାହିଁ । ଆଇଆରସିଟିସିରେ ଟିକେଟ କାଟିବା ମାତ୍ରେ ସମସ୍ତ ଯାତ୍ରୀ ଏହି ସୁବିଧା ପାଇପାରିବେ ।

ମାତ୍ର ୩୫ ପଇସା ଖର୍ଚ୍ଚରେ ୧୦ ଲକ୍ଷ ଟଙ୍କାର ବୀମା ଯାତ୍ରୀମାନଙ୍କୁ ବିଭିନ୍ନ ଦୁର୍ଘଟଣାରେ ସୁବିଧା ଯୋଗାଇ ଦେଇପାରିବ । ଏହି ଯୋଜନାରେ ଟ୍ରେନରେ ଯାତ୍ରା କରିବା ବେଳେ ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁବରଣ କଲେ କିମ୍ବା ଦିବ୍ୟାଙ୍ଗ ହେଲେ କ୍ଷତିପୂରଣ ଏବଂ ଆହତ ହେଲେ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ଉଠାଇବ ଭାରତୀୟ ରେଳ ବିଭାଗ । ବାଲେଶ୍ୱର ଦୁର୍ଘଟରାରେ ଏହି ସୁବିଧା ଚୟନ କରି ନଥିବାରୁ ଅଧିକାଂଶ ଲୋକଙ୍କୁ ବୀମା ସୁବିଧା ମିଳି ପାରିନଥିଲା । ତେଣୁ ଏହାକୁ ନେଇ ରେଳ ବିଭାଗ ବଡ଼ ପଦକ୍ଷେପ ନେଇଛି ।

Get real time updates directly on you device, subscribe now.