fbpx

ପୋଲିସ କବଜାରେ ଗାଇସିଲେଟ ଥାନା IIC: ଜେଲରେ ନିଜେ ଥାନାବାବୁ

ସମ୍ବଲପୁର: ସମ୍ବଲପୁର ଗାଇସିଲେଟର ଆଇଆଇସିଙ୍କୁ ଗିରଫ କରିଛି ପୋଲିସ । ଆୟ ବହର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ଜେଲ ଭିତରକୁ ପଶି ଆସିଛନ୍ତି ନିଜେ ଜେଲର ଦାୟିତ୍ୱରେ ଥିବା ଥାନାବାବୁ । ସମ୍ବଲପୁରରେ ଥାନାବାବୁଙ୍କ ନାମରେ ୭୭ ଲକ୍ଷ ଟଙ୍କାର ଏକ ଦୁଇ ମହଲା ବିଶିଷ୍ଟ ବିଲ୍ଡିଂ । କେବଳ ସେତିକି ନୁହେଁ, ସମ୍ବଲପୁରରେ ଇନ୍ସପେକ୍ଟରଙ୍କର ଏକ ଫାର୍ମ ହାଉସ ଥିବା ମଧ୍ୟ ଜଣାଯାଇଛି । ଏହାବ୍ୟତୀତ ବଣାଇ, ସମ୍ବଲପୁର ଏବଂ ସୁନ୍ଦରଗଡରେ ବାବୁଜଣକ ଜମି କିଣି ରଖିଥିବା ଧରାପଡିଛି । ଏହି ୩ଟି ସ୍ଥାନରେ ଥିବା ସବୁ ଜମିକୁ ମିଶାଇଲେ ମୋଟ ମୂଲ୍ୟ ପ୍ରାୟ ୧.୧୧ କୋଟିରୁ ଅଧିକ ହେବ । ଏସବୁ ପରେ ବ୍ୟାଙ୍କରେ ୧୬.୬୮ ଲକ୍ଷ ଟଙ୍କାର ଡିପୋଜିଟ ଏବଂ ନିବେଶ ମାମଲା ବାବୁଙ୍କୁ ସନ୍ଦେହ ଘେରାରେ ପକାଇ ଦେଇଛି । ତା ସହିତ ଆଇଆଇସି ବାବୁଙ୍କ ପାଖରୁ ୨ଟି ଚାରି ଚକିଆ ଗାଡି ଏବଂ ୧୬୬ ଗ୍ରାମର ସୁନା ଠାବ ହୋଇଛି । କାରଣ ଏସବୁ ସମ୍ପତ୍ତି ଜଣେ ଥାନା ଆଇଆଇସିଙ୍କ ଦରମାରେ ହାସଲ କରିବା ସମ୍ଭବ ନୁହେଁ ।

Get real time updates directly on you device, subscribe now.