fbpx

Big Breaking; ମୁଣ୍ଡଳି ଟୋଲଗେଟରେ ମାରପିଟ: ଗଣ୍ଡଗୋଳରେ ୧୦ ଜଣ ଆହତ

କଟକ: ମୁଣ୍ଡଳି ଟୋଲଗେଟରେ ଦେଖିବାକୁ ମିଳିଛି ଏକ ବିରାଟ ଅଘଟଣ । ବସ୍ କର୍ମଚାରୀ ଏବଂ ଟୋଲଗେଟର ଷ୍ଟାଫଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଏହି ଘଟଣା ମାରପିଟ ଗଣ୍ଡଗୋଳ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଗେଟ ପାସ୍ ପାଇଁ ଟଙ୍କା ପୈଠ କରିବାକୁ ନେଇ ୨ଟି ଟୁରିଷ୍ଟ ବସ ଏବଂ ଗେଟ୍ କର୍ମଚାରୀ ହାତାହାତି ହୋଇ ଯାଇଛନ୍ତି । ଝଗଡା ହୋଇଥିବା ଏହି ୨ ଟୁରିଷ୍ଟ ବସ୍ ଛତିଶଗଡର ହୋଇଥିବା ବେଳେ ଗେଟ୍ ଷ୍ଟାଫଙ୍କ ଏମାନଙ୍କ ସହ ବଡ ଧରଣର ଗଣ୍ଡଗୋଳ ଦେଖିବାକୁ ମିଳିଛି । ଏହି ମାରପିଟ ଘଟଣାରେ ଉଭୟ ପକ୍ଷରୁ ୧୦ ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ତେଣୁ ଟୋଲଗେଟରେ ଏପର୍ଯ୍ୟନ୍ତ ସୁଦ୍ଧା ବସ୍ ଅଟକି ରହିଛି । ସେପଟେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.