fbpx

(Video) IPL-2023; ସେଦିନ କାହିଁକି କାନ୍ଦିଥିଲେ କ୍ୟାପଟେନ କୁଲ ମାହି? ଖୁଲାସା କଲେ ହରଭଜନ ସିଂହ

ନୂଆଦିଲ୍ଲୀ: ଆଇପିଏଲର ସବୁଠାରୁ ଲୋକପ୍ରିୟ ଟିମ୍ ହେଉଛି ଚେନ୍ନାଇ ସୁପର କିଙ୍ଗସ । କାରଣ ଦଳର ଅଧିନାୟକ ଏମ.ଏସ ଧୋନୀଙ୍କୁ ଭାରତ ସମେତ ଅନ୍ୟ ଦେଶରେ ମଧ୍ୟ କୋଟି କୋଟି ଲୋକ ପସନ୍ଦ କରିଥାନ୍ତି । ପ୍ରଥମ ସିଜନରୁ ଚଳିତବର୍ଷ ପର୍ଯ୍ୟନ୍ତ ସିଏସକେର ନେତୃତ୍ୱ ନେଉଥିବା ଧୋନୀଙ୍କ ଅବଦାନରେ ଦଳ ୪ ଥର ଚମ୍ପିଆନ ହୋଇସାରିଛି । ତେଣୁ ତାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗସ ଖୁବ ସ୍ପେଶାଲ, ଯେଉଁଥିପାଇଁ ଦିନେ କ୍ୟାପଟେନ କୁଲ ମଧ୍ୟ କାନ୍ଦି ପକାଇଥିଲେ । ଯାହାର ଖୁଲାସା କରିଛନ୍ତି ସିଏସକେର ପୂର୍ବତନ ଖେଳାଳି ହରଭଜନ ସିଂହ ।

ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏହାର କୁଲା ସା କରିଛନ୍ତି ହରଭଜନ ସିଂହ । ଷ୍ଟାର ସ୍ପୋର୍ଟସର ଏକ ପ୍ରୋଗ୍ରାମରେ ଭଜ୍ଜିଙ୍କୁ କ୍ୟାପଟେନ କୁଲ ମହେିଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା । ଏହି ସମୟରେ ହରଭଜନ କହିଛନ୍ତି ଯେ, ୨୦୧୮ ମସିହାରେ ୨ ବର୍ଷ ବ୍ୟାନ ଶେଷ କରି କମବ୍ୟାକ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ଏହି ଦଳରେ ଷ୍ଟାର ଅଫ୍-ସ୍ପିନର ହରଭଜନ ସିଂହ ମଧ୍ୟ ସାମିଲ ଥିଲେ । ତେବେ ୨ ବର୍ଷର ବ୍ୟବଧାନ ପରେ ଦଳ ଯେତେବେଳେ ମଇଦାନରେ ପହଞ୍ଚିଲା, ଧୋନୀ ନିଜ ଲୁହକୁ ରୋକି ପାରି ନଥିଲେ । ସବୁବେଳେ ନିଜ ଇମୋସନ ଉପରେ ନିୟନ୍ତ୍ରଣ ରଖୁଥିବା କ୍ୟାପଟେନ କୁଲ ଧୋନୀ ମଧ୍ୟ ଦିନେ ଅନ୍ୟ ଖେଳାଳିମାନଙ୍କ ଆଗରେ କାନ୍ଦି ପକାଇଥିଲେ । ସବୁଠୁ ବଡ କତା ହେଉଛି, ସେତେବେଳେ ଧୋନୀଙ୍କ ଚାରିପାଖରେ କିଛି ନୂଆ ଖେଳାଳି ମଧ୍ୟ ରହିଥିଲେ । ଆଉ ସମସ୍ତଙ୍କ ସାମନାରେ ହିଁ କାନ୍ଦି ପକାଇଥିଲେ ମାହି ।

 

View this post on Instagram

 

A post shared by Star Sports India (@starsportsindia)

ଏହାପରେ ଦଳର ପୂର୍ବତନ ଲେଗ୍ ସ୍ପିନର ଇମ୍ରାନ ତାହିର ମଧ୍ୟ ଧୋନୀଙ୍କୁ ନେଇ କିଛଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ଯେ ୨୦୧୮ରେ ଟିମ୍ ଡିନରେ ମୁଁ ଯାହା ଦେଖିଲି ତାହା ବିଶ୍ୱାସ ଯୋଗ୍ୟ ନଥିଲା । ମୁଁ ଶୁଣିଛି ପୁରୁଷ କେବେ କାନ୍ଦନ୍ତି ନାହିଁ, କିନ୍ତୁ ସେଦିନ ଧୋନୀଙ୍କୁ କାନ୍ଦୁଥିବାର ଦେଖି ନିଜକୁ ବିଶ୍ୱାସ କରି ପାରି ନଥିଲି । ସେ ଖୁବ ଇମୋସନାଲ ହୋଇ ଯାଇଥିଲେ । ତେବେ କ୍ୱାଲିଫାୟାର-୧ ପୂର୍ବରୁ ହରଭଜନ ସିଂହ ଏବଂ ଇମ୍ରାନ ତାହିର ସୋସିଆଲ ମିଡିଆରେ ଧୋନୀଙ୍କୁ ନେଇ ବଡ ଖୁଲାସା କରିଛନ୍ତି ।

Get real time updates directly on you device, subscribe now.