fbpx

ବାତିଲ ହେଲା ଗଜପତି ଉତ୍ସବ-୨୦୧୯

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହେବାକୁ ଥିବା ଗଜପତି ଉତ୍ସବ-୨୦୧୯ ବାତିଲ ହୋଇଥିବା ସୂଚନା ମିଳିଛି । ପାରଳା ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଶାସନ ଏହିପରି ନିଷ୍ପତ୍ତି ନେଇଛି ।
ଆଜି ପାରଖେମୁଣ୍ଡି ମହାରାଜା ଗୋପିନାଥ ଗଜପତିଙ୍କ ପରଲୋକ ଘଟିଥିଲା । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ଘଟିିଥିଲା । ଅସୁସ୍ଥତା ଯୋଗୁଁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । ବ୍ରହ୍ମପୁରରୁ ୨ଥର ଲୋକସଭା ସାଂସଦ ଥିଲେ ପାରଳା ମହାରାଜା ।
ମହାରାଜା ସମାଧି ପୀଠରେ ଗୋପୀନାଥଙ୍କ ଶେଷକୃତ୍ୟ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Get real time updates directly on you device, subscribe now.